ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚକା ଫାଟି ଓଲଟିଲା ଟାଟାଏସି: ୨୦ ଆହତ, ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତାଳପଡା ଠାକୁରାଣୀ ମନ୍ଦିର ନିକଟରେ ଏକ ଟାଟାଏସି ଗାଡ଼ିର ଚକା ଫାଟିବାରୁ ଗାଡଟି ଓଲଟି ପଡିଥିଲା।  ଫଳରେ ଏହି ଟାଟାଏସି ଗାଡ଼ିରେ ଥିବା ପ୍ରାୟ ୨୦ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତମାନଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ନୂଆପେଣ୍ଠା ଗ୍ରାମର ଜଣେ ବ୍ୟକ୍ତିଙ୍କ ନୂଆ ଘରର ଛାତ ପକାଇବାକୁ ଯାଇଥିଲେ । ଫେରିବା ବେଳେ ଗାଡ଼ିର ଟାୟାର ଫାଟି ଯିବାରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜରଡା ଥାନା ଓ ଖାରିଆଗୁଡା ଫାଣ୍ଡି ପୁଲିସ ସମେତ ପାତ୍ରପୁର ବିଡିଓ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯର ତଦାରଖ କରିଥିଲେ।

Leave A Reply

Your email address will not be published.