ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଲମାରୀ ବୋଝେଇ ଗାଡ଼ିରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: ପୋଲିସ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଯେତେପ୍ରକାର ପନ୍ଥା ଆପଣେଇଲେ ମଧ୍ୟ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ଚାଲାଣକାରୀ । ଆଲମାରୀ ବୋଝେଇ ଗାଡ଼ିରୁ ୧୬୦ ପକେଟ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ପୋଲିସ ଆଖିରେ ଧୁଳି ଦେଇ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ ଗଞ୍ଜେଇ ବେପାରୀ । ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଖବର ପାଇ ଲମତାପୁଟ ଠାରୁ ୪ କିଲୋମିଟର ଦୂର ଚାଙ୍ଗୁଡ଼ିପଡା ଛକ ନିକଟରେ ନାକାବନ୍ଦୀ କରି ଆଲମାରୀ ବୋଝେଇ ଗାଡିରୁ ଗଞ୍ଜେଇ ଜବତ କରିଛି । ଜବତ ୮ଗୋଟି ଆଲମାରୀରୁ ବାହାରିଥିବା ୧୬୦ଟି ପକେଟରୁ ୮ଶହ ୯ କେଜି ୬୦୦ଗ୍ରାମ ଗଞ୍ଜେଇ ସହ ଉତ୍ତରପ୍ରଦେଶ ପଞ୍ଜିକୃତ ଗାଡି ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୮୦ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ମାଛକୁଣ୍ଡ ପୁଲିସ ଉତ୍ତରପ୍ରଦେଶ ଅଞ୍ଚଳର ଯଶବନ୍ତ ସିଂ ଓ ହରେନ୍ଦ୍ର ସିଂକୁ ଗିରଫ କରିଛି । ତାସହ ୨ଟିମୋବାଇଲ ଫୋନ ଓ ଆଧାର କାର୍ଡକୁ ମଧ୍ୟ ଜବତ କରିଛି ପୁଲିସ । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନନ୍ଦପୁର SDPO ସଞ୍ଜୟ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.