ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ଗଂଜେଇ ଚାଲାଣ, ୨ ଗିରଫ

ଜୟପୁର: ମହାମାରୀ କରୋନା ଆଳରେ ଅଭିନବ ଉପାୟରେ ହେଉଛି ଗଞ୍ଜେଇ ଚୋରା ଚାଲାଣ । ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଚାଲାଣ କରୁଥିଲେ ଗଞ୍ଜେଇ । ଉପରେ ସିଲିଣ୍ଡର ତଳେ କୁଇଂଟାଲ କୁଇଂଟାଲ ଗଞ୍ଜେଇ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଞ୍ଜେଇ ନେଇ ବିଶାଖପାଟଣାରୁ ଦିଲ୍ଲୀ ଯାଉଥିଲା ଏକ ଟ୍ରକ । ସଂପୃକ୍ତ ଟ୍ରକକୁ କୋରାପୁଟରୁ ଜବତ କରିଛି ପୁଲିସ ।

ଆଜି କୋରାପୁଟ ଜିଲ୍ଲା ଜୟପୁରରେ ସଦର ପୋଲିସ ୧୨ ଶହ ୭୭ କି.ଗ୍ରା ଗଞ୍ଜେଇ ଜବତ କରିଛି । ଅଭିନବ ଉପାୟରେ ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚାଲାଣ । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସଦର ପୋଲିସ ଗଞ୍ଜେଇ ସହ ଟ୍ରକକୁ ଜବତ କରିଥିବା ଅନୁମାନ କରାଯାଉଛି । ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୁଲ୍ୟ ପାଖାପାଖି ଏକ କୋଟି ୧୦ ଲକ୍ଷ ଟଙ୍କା ହେବ ।

ଜବତ ଟ୍ରକରୁ ଦୁଇ ଜଣଙ୍କୁ ଗିରଫ କରି ସଦର ପୋଲିସ ପଚରାଉଚରା କରୁଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯଶପାଲ ଓ ଲଖବିନ୍ଦର ସିଂହ। ଯଶପାଲ ଟ୍ରକ୍ ଡ୍ରାଇଭର ହୋଇଥିବା ବେଳେ ଲଖବିନ୍ଦର ଜବତ ଗଞ୍ଜେଇ କିଣି ଥିଲେ। ଉଭୟ ଅଭିଯୁକ୍ତ ପଞ୍ଜାବର। ଜବତ ଗଞ୍ଜେଇ ପଞ୍ଜାବକୁ ଚାଲାଣ ହେଉଥିଲା ବୋଲି ଜୟପୁର ସଦର ଥାନା ପୁଲିସ୍ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.