ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କମିଶନରେଟ ପୁଲିସ କବ୍‌ଜାରେ ୨ କୁଖ୍ୟାତ ଗଞ୍ଜେଇ ବେପାରୀ, ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କା ଜବତ

କଟକ: କମିଶନରେଟ ପୁଲିସ କବ୍‌ଜାରେ କୁଖ୍ୟାତ ଗଞ୍ଜେଇ ବେପାରୀ । କଟକ ୪୨ ମୌଜାରୁ ଦୁଇ କୁଖ୍ଯତା ଗଞ୍ଜେଇ ବେପାରୀଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ କରିଛି ପୁଲିସ ।

ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ନେଇ କମିଶନରେଟ ପୁଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଦାମବାଡ଼ି ପୁଲିସ ଆରମ୍ଭ କରିଥିଲା ଅପରେସନ । କଟକ ୪୨ ମୌଜାରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । କେବଳ ଗଞ୍ଜେଇ ନୁହେଁ ନଗଦ ୭୫ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏତେ ପରିମାଣରେ ଗଞ୍ଜେଇ ଧରାପଡ଼ିବା ପରେ ଘରେ ସର୍ଚ୍ଚ କରିଥିଲା ପୁଲିସ । ଏଥିରେ ଆଉ କିଏକିଏ ସମିଲ ଅଛନ୍ତି ସେ ନେଇ ଖୋଳତାଡ ଜାରି ରଖିଚି ପୁଲିସ।

 

Leave A Reply

Your email address will not be published.