ପୁଲିସ ପଞ୍ଝାରେ ଲେଡି ଡନ୍: ବିଲ୍ଡରଙ୍କୁ ଆକ୍ରମଣ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ସକିଲ୍‌ର ଗର୍ଲଫ୍ରେଣ୍ଡ ମାନସୀ ଗିରଫ

ଆଠଗଡ଼: ପୁଲିସ ପଞ୍ଝାରେ ଲେଡି ଡନ୍। ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ ମାନସୀକୁ ବାନ୍ଧିଛି କଟକ ଲାଲବାଗ ଥାନା ପୁଲିସ । ଗତ ୧୯ ତାରିଖ ସନ୍ଧ୍ୟାରେ ଜଣେ ବିଲ୍ଡରଙ୍କୁ ଆକ୍ରମଣ ଅଭିଯୋଗରେ ମାନସୀକୁ ଗିରଫ କରିଛି ପୁଲିସ । ଏହି ଘଟଣାରେ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମାନସୀଙ୍କୁ ବାନ୍ଧିଛି ପୁଲିସ । ଆଉ କିଛି ସମୟ ମଧ୍ୟରେ ତାକୁ କୋର୍ଟ ଚାଲାଣ କରାଯିବ ।

ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଶିଶୁଭବନ ନିକଟରେ ବ୍ୟବସାୟୀଙ୍କୁ ବ୍ୟକ୍ତିଗତ ଶତ୍ରୁତାରୁ ନେଇ ମାନସୀ ଡାକିବା ପରେ ତାଙ୍କୁ ସେହିଠାରେ ଆକ୍ରମଣ କରାଯାଇଥିଲା । ତେବେ ଏହି ଘଟଣାରେ ପୂର୍ବରୁ ସକିଲର ଦୁଇ ସହଯୋଗୀ ଗୋଲି ଓ ନବାବକୁ ଗିରଫ କରାଯାଇଥିବା ବେଳେ ମାନସୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ମାନସୀ ନାୟକ ନାମରେ ପୂର୍ବରୁ ହତ୍ୟାକାଣ୍ଡ ଭଳି ସଙ୍ଗୀନ ମାମଲା ରହିଛି । ୨୦୧୪ ମସିହାରେ ଛତିଆ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ରହି ଜେଲ୍ ଯାଇଥିଲା ମାନସୀ । ଆଉ ସେହିଠାରୁ ହିଁ ସକିଲ ସହ ମାନସୀର ପରିଚୟ ଆରମ୍ଭ ହୋଇଥିଲା । ତେବେ ମାନସୀ ହତ୍ୟାକାଣ୍ଡ ଘଟଣାରେ ବେଲରେ ଆସି କଟକର ଜଣେ ବ୍ୟବସାୟୀଙ୍କ ପାଖରେ କାର୍ଯ୍ଯ କରୁଥିଲା । ତାପରେ ମାନସୀ ସକିଲର ସହଯୋଗୀ ଭାବେ କାର୍ଯ୍ଯ କରୁଥିବା କହିଛନ୍ତି ଡିସିପି । ମାନସୀ ସକିଲ ପାଇଁ କେଉଁ କାର୍ଯ୍ଯ କରୁଥିଲା ସେ ନେଇ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି ।

Leave a comment