ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର : କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି।  ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଆଜି ସଂଧ୍ୟାରେ କମିଶନରେଟ୍‌ ପୁଲିସ ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି।

ଏପ୍ରିଲ୍ ୧୦ ତାରିଖରେ ହାଇଦର ଫେରାର୍‌ ହେବାପରେ ଓଡିଶା ପୁଲିସ ସହ କମିଶନରେଟ୍‌ ପୁଲିସର ନିଦ ହଜିଯାଇଥିଲା। ଏହାପରେ ତାକୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ପେଶାଲ୍‌ ଟିମ୍‌ ଗଠନ କରାଯାଇଥିଲା। ହାଇଦରର ସହଯୋଗୀ ୟାକୁବକୁ ପୁଲିସ ଗିରଫ କରି ପୁଲିସ କିଛି ସୂରାକ ପାଇଥିଲା। ଏହାପରେ ପୁଲିସ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରର ପୁଲିସଙ୍କ ସହ ମିଶି ବିଭିନ୍ନ ସ୍ଥାନରେ ଚଢଉ କରୁଥିଲା। ଏହାପରେ ଆଜି ହାଇଦରକୁ ତେଲଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ତେଲଙ୍ଗାନା ପୁଲିସ ସହଯୋଗରେ କଟକ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ  ଚିକିତ୍ସା ବାହାନାରେ ୨୩ ମାର୍ଚ୍ଚରେ ହାଇଦର କଟକ ଏସସିବିରେ ଭର୍ତ୍ତି ହୋଇଥିଲା । ଏପ୍ରିଲ୍ ୧୦ ତାରିଖ ୪ଟା ୩୦ ପାଖାପାଖି ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା ।

Leave A Reply

Your email address will not be published.