ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝାରପଡ଼ାରୁ ବିଦାହେଲା ଦୁର୍ଦାନ୍ତ ବୁଢ଼ା

ଭୁବନେଶ୍ବର : ଜେଲର ଚାରିକାନ୍ଥରେ ରହି ଅପରାଧ ନ ହୁଏ ଅପରେସନ କ୍ଲିନ ଅପ୍ କରୁଛି ଜେଲ ବିଭାଗ | ଆଜି ଦୁର୍ଦାନ୍ତ ଅପରାଧୀ କାହ୍ନୁ ମିଶ୍ର ଓରଫ ବୁଢ଼ାକୁ ଝାରପଡ଼ା ଜେଲରୁ କେନ୍ଦ୍ରାପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି । ଜେଲରେ ଭାଇଗିରି ସୃଷ୍ଟି କରିବା ସହ ନେଟୱାର୍କ ବିଛାଉଥିବାରୁ ବୁଢ଼ାକୁ ଜେଲ ବିଭାଗ କେନ୍ଦ୍ରାପଡ଼ା ଜେଲକୁ ପଠାଇ ଦିଆଯାଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ କେନ୍ଦ୍ରାପଡ଼ା ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶ ଯେ, ଦୁର୍ଦାନ୍ତ ଅପରାଧୀ ବୁଢ଼ା ଗ୍ୟାଙ୍ଗ୍‌ଷ୍ଟାର ବିକ୍ରମ ମଲ୍ଲିକର ସହଯୋଗୀ। ୨୦୦୯ ମସିହାରେ ଝାରପଡ଼ା ଜେଲ ୱାର୍ଡର ମାନସ ନାୟକକୁ ଜେଲ ଆଗରେ ଗୁଳିକରି ହତ୍ୟା କରିଥିଲା। ଏହାର କିଛି ଦିନ ପରେ କମିସରେଟ ପୁଲିସ ଗିରଫ କରିଥିଲା ବୁଢ଼ାକୁ। ସେ ଝାରପଡ଼ା ଜେଲରେ ରହି ନେଟ୍‌ୱାର୍କ ଚଳାଇଥିବା ବେଳେ ପୁଲିସ ତାକୁ ସ୍ଥାନାନ୍ତର କରିଛି।

ବିଭିନ୍ନ ଜେଲରେ ଥିବା ଦୁର୍ଦାନ୍ତ ଅପରାଧୀ ଗୋଟିଏ ଜେଲରେ ଏକାଧୂକ ବର୍ଷ ରହିବା ପରେ ଜେଲରେ ରହି ଦାଦାବଟି ଓ ଅପରାଧୀକ ଷଡ଼ଯନ୍ତ୍ର କରୁଛନ୍ତି | ତେଣୁ ସେମାନଙ୍କୁ ଅନତ୍ର ଜେଲକୁ ସ୍ଥାନାନ୍ତରିତ କରାଯିବାର ପ୍ରକ୍ରିକ୍ରିୟା ଆରମ୍ଭ ହୋଇଛି। ସେହିପରି ଆଜିକୁ ମିଶା ଝାରପଡ଼ା ଜେଲରୁ ୪ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ସ୍ଥାନାନ୍ତରିତ କରାଗଲାଣି। ପୂର୍ବରୁ ଗତ ୫ରେ ଗ୍ୟାଙ୍ଗଷ୍ଟାର ଟିଟୋକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ୮ଟାରେ ସଂଗ୍ରାମ ପାତ୍ର ଓରଫ ରିକିକୁ ଢେଙ୍କାନାଳ ଜେଲକୁ ପଠାଇ ଦିଆଯାଇଥିଲା ଅନ୍ୟପଟେ ଦୁଇମାସ ତଳେ ବିକ୍ରିମ ମଲ୍ଲିକକୁ ଝାରପଡ଼ା ଜେଲରୁ ସମ୍ବଲପୁର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

Leave A Reply

Your email address will not be published.