ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଚାଞ୍ଚଲ୍ୟ : ଜନ୍ମଦିନ ପାର୍ଟିକୁ ବିରୋଧ କରିବାରୁ ମହିଳାଙ୍କୁ ଗଣଦୁଷ୍କର୍ମ, ‘ବାର୍ଥ ଡେ ବୟ’ଙ୍କ ସମେତ ୩ ଗିରଫ

ଭୁବନେଶ୍ୱର : ବାର୍ଥଡେ ପାର୍ଟିରେ ମସ୍ତି କରିବା ସହ ବସ୍ତିରେ ଉତ୍ପାତ କଲେ। ଏଥିରେ ଅତିଷ୍ଠ ହୋଇ ଜଣେ ମହିଳା ବିରୋଧ କରିଥିଲେ। ବିରୋଧ କରିଥିବା ମହିଳାଙ୍କୁ ଘରୁ ଟାଣି ନେଇ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମଞ୍ଚେଶ୍ୱର ଥାନା ଅଧୀନ ଧିରକୁଟ୍‍ ବସ୍ତିର ପାତ୍ରସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଥିରେ ସମ୍ପୃକ୍ତି ରହିଥିବା ‘ବାର୍ଥ ଡେ ବୟ’ଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ସେମାନେ ହେଲେ ରଙ୍ଗମାଟିଆର ଦୀପକ କୁମାର ସେଠୀ, ୟୁନିଟ୍‍-୮ର ଦେବାଶିଷ୍‍ ପ୍ରଧାନ ଓ ସ୍ୱାଧୀନ କୁମାର ନାୟକ।

ପୁଲିସର ସୂଚନା ଅନୁଯାୟୀ, ଗତକାଲି ଅଭିଯୁକ୍ତ ଦୀପକର ଜନ୍ମଦିନ ଥିଲା। ଏଣୁ ଉକ୍ତ ଅଞ୍ଚଳରେ ୩୦-୪୦ ପିଲା ଏକାଠି ହୋଇ ହୋ-ହାଲ୍ଲା କରିଥିଲେ। ଡିଜେ ବଜାଇବା ସହ ନିଶାସକ୍ତ ଅବସ୍ଥାରେ ମତୁଆଲା ହୋଇଥିଲେ। ରାତି ଅଧ ଯାଏଁ ଉକ୍ତ ଅଞ୍ଚଳରେ ଖେଳାଇଥିଲେ ଆତଙ୍କରାଜ୍‍। ଏଥିରେ ମହିଳା ଜଣକ ବାରଣ କରିବା ସହ ପାଟି ନ କରିବା ଲାଗି ଅନୁରୋଧ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଉତ୍‍କ୍ଷୀପ୍ତ ହୋଇ ମହିଳାଙ୍କୁ ଘରୁ ଟାଣି ଆଣି ଦୁଷ୍କର୍ମ କରିଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ସେମାନେ ମହିଳାଙ୍କ ଘରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିବା ସହ ଥାନାରେ ଜଣାଇଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁକରି ୩ଜଣଙ୍କୁ କାବୁ କରିଥିଲା। ଏଥିରେ ସମ୍ପୃକ୍ତି ଅନ୍ୟମାନଙ୍କୁ ଧରିବା ଲାଗି ଚଢ଼ଉ କରାଯାଉଥିବା ପୁଲିସ କହିଛି।

ହତ୍ୟା ଅଭିଯୁକ୍ତ ଦୀପକ

ଅଭିଯୁକ୍ତ ଦୀପକର ଅପରାଧିକ ତାଲିକା ବେଶ୍‍ ଲମ୍ବା। ଗତବର୍ଷ ଧିରକୁଟ ବସ୍ତିରେ ଜଣେ ଯୁବକକୁ ହତ୍ୟା ଘଟଣାରେ ଦୀପକର ସମ୍ପୃକ୍ତି ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଯୁବକଙ୍କୁ ଦୀପକ ଓ ତା’ର ସହଯୋଗୀମାନେ ହତ୍ୟା କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଦୀପକକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଥିଲା। ସେ ଜେଲରେ ରହିବା ପରେ କିଛିଦିନ ତଳେ ଜାମିନ୍‍ରେ ମୁକୁଳିଥିଲା। ପରେ ଉକ୍ତ ଅଞ୍ଚଳରେ ଭାଇଗିରି ଦେଖାଇଥିଲା। ଦୀପକକୁ ଭାଇ ନାମରେ ସାହି ଲୋକେ ସମ୍ବୋଧନ କରୁଥିଲେ। ଏଣୁ ବିଭିନ୍ନ ଅଞ୍ଚଳରୁ ଯୁବକଙ୍କୁ ନେଇ ଏକ ଗ୍ୟାଙ୍ଗ୍‍ ଗଠନ କରିଥିଲା। ଜନ୍ମଦିନକୁ ବେଶ୍‍ ଧାମ୍‍ଧାମ୍‍ରେ ପାଳନ କରିବା ସହ ପିଲାଙ୍କୁ ଏକତ୍ର କରି ଦବ୍‍ଦବା ଦେଖାଉଥିଲା।

Leave A Reply

Your email address will not be published.