ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂଜା ମଣ୍ଡପରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା, ବିରୋଧ ଓ ପ୍ରତିବାଦ ପରେ ହଟିଲା ମୂର୍ତ୍ତି

କୋଲକାତା : ପୂଜା ପେଣ୍ଡାଲରେ ମହିଷାସୁରଙ୍କ ସ୍ଥାନରେ ସ୍ଥାନ ପାଇଥିଲା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି । ଜାତିର ପିତାଙ୍କ ଜନ୍ମଦିବସରେ ତାଙ୍କୁ ଏପରି ଚିତ୍ରିତ କରାଯାଇଛି। ଯେଉଁ ଘଟଣା ଦେଖିବା ପରେ ବିରୋଧ ଓ ପ୍ରତିବାଦ କରାଯାଇଥିଲା। ଆଉ ପ୍ରତିବାଦ ପରେ ପୂଜା ମଣ୍ଡପରୁ ଏହା ହଟାଯାଇଥିଲା। ଏପକରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଲକାତାର ଦୁର୍ଗା ପୂଜାରେ ।

ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେକୋଲ୍‌କାତାରେ ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ ଆୟୋଜନ କରିଥିବା ଏକ ଦୁର୍ଗା ମେଢ଼ରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ପରି ଦିଶୁଥିବା ଗୋଟାଏ ବିକୃତ ମୂର୍ତ୍ତି ଗଢ଼ାଯାଇଥିଲା। ଅଭିଯୋଗ ହେବା ପରେ ପୁଲିସର ନିର୍ଦେଶକ୍ରମେ ଦକ୍ଷିଣପଶ୍ଚିମ କୋଲ୍‌କାତାର ରୁବି କ୍ରସିଙ୍ଗ୍‌ଠାରେ ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ ପେଣ୍ଡାଲ୍‌ରେ ପୂଜା ପାଉଥିବା ଦୁର୍ଗା ପ୍ରତିମାଙ୍କ ମେଢ଼ରେ ମହାତ୍ମା ଗାନ୍ଧୀଙ୍କ ପରି ଦିଶୁଥିବା ଉକ୍ତ ମୂର୍ତ୍ତିଟିରେ ପରିବର୍ତ୍ତନ କରାଯାଇଛି।


ସେପଟେ ଅଭିଯୋଗ ଆସିବା ପରେ ସଫେଇ ରଖିଛନ୍ତି ଆୟୋଜକ । ସେମାନେ କହିଛନ୍ତି ଏହା ଏକ ସଯୋଗ ମାତ୍ର । କାରଣ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକାକୁ ଅବର୍ଣ୍ଣନୀୟ । ଆମର ସେମିତି କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା ।ଏ ସମ୍ପର୍କରେ ସର୍ବଭାରତୀୟ ହିନ୍ଦୁ ମହାସଭା ପଶ୍ଚିମବଙ୍ଗ ଶାଖାର ସଭାପତି ଚନ୍ଦ୍ରଚୂଡ଼ ଗୋସ୍ୱମାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯେ, ଆମେ ଗାନ୍ଧିଙ୍କୁ ଜଣେ ପ୍ରକୃତ ଅସୁର ରୂପରେ ଦେଖୁ। ସେ ହେଉଛନ୍ତି ପ୍ରକୃତ ଅସୁର। ତେଣୁ ଆମେ ସେହିଭଳି ଆକୃତିର ମୂର୍ତ୍ତି ତିଆରି କରିଥିଲୁ । ହେଲେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧିଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଚାପରେ ଆମେ ମୂର୍ତ୍ତି ହଟାଇ ଦେଇଥିବା ବିନା ସଙ୍କୋଚରେ କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜଣେ ସାମ୍ବାଦିକ ଉକ୍ତ ମେଢ଼ର ଫଟୋ କୋଲ୍‌କାତା ପୁଲିସକୁ ଟ୍ୟାଗ୍‌ କରି ଟୁଇଟ୍‌ କରିଥିଲେ। କିନ୍ତୁ, ପରେ ପରେ ସେ ଉକ୍ତ ପୋଷ୍ଟ୍‌କୁ ଡିଲିଟ୍‌ କରିଦେଇଥିଲେ। ଏ କଥା ପଚାରିବାରୁ ସେ କହିଲେ ଯେ, ପାର୍ବଣ ସମୟରେ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଥିବାରୁ ଉକ୍ତ ପୋଷ୍ଟ୍‌କୁ ଡିଲିଟ୍‌ କରିବାକୁ ପୁଲିସ ତାଙ୍କୁ କହିଥି‌ଲା।

Leave A Reply

Your email address will not be published.