ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ବର୍ଷ ରଥଯାତ୍ରା ଓ ବାହୁଡାରେ ଛେରାପହଁରା କରିବେ ଗଜପତି ମହାରାଜା

କୋଭିଡ୍ କଟକଣା ଭିତରେ ଚଳିତ ବର୍ଷ ଆୟୋଜିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ଏହି ରଥଯାତ୍ରାରେ ଗଜପତି ମହାରାଜା ଯୋଗ ଦେବା ସହିତ ଛେରାପହଁରା ନୀତି ସମାପନ କରିବେ । ଏନେଇ ଆଜି ଗଜପତି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଗଜପତି ମହାରାଜ ସ୍ୱାଗତ କରିଛନ୍ତି ।

ଚଳିତ ବର୍ଷ କୋଭିଡ୍‌ କଟକଣା ନିୟମ ପାଳନ ପୂର୍ବକ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ । ଗତବର୍ଷ ମଧ୍ୟ ଏପରି ହୋଇଥିଲା ଏବଂ କଟକଣାକୁ ଆଖି ଆଗରେ ରଖି ଗଜପତି ମହାରାଜ ଗତବର୍ଷ ଏଥିରେ ଯୋଗ ଦେଇନଥିଲେ । ତାଙ୍କ ବଦଳରେ ମୁଦିରସ୍ତ ରଥଉପରେ ନୀତି ମହାପ୍ରଭୁଙ୍କ ନୀତି ସମାପନ କରିଥିଲେ । କିନ୍ତୁ ଚଳିତ ବର୍ଷ ଗଜପତି ମହାରାଜ ଏଥିରେ ଯୋଗ ଦେବା ସହିତ ଛେରାପହଁରା କରିବେ ।

Leave A Reply

Your email address will not be published.