ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୀତରେ ଥରୁଛି ସାରା ଓଡ଼ିଶା: ରାଜ୍ୟର ସବୁଠୁ ଥଣ୍ଡା ସହର ଜି. ଉଦୟଗିରି

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଶୀତ ଆରମ୍ଭ ହୋଇଯାଇଛି। କିଛି ଦିନ ହେବ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି। ଫଳରେ ପୂର୍ବ ଅପେକ୍ଷା ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ରହିଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ପୁଣି ରାଜ୍ୟର ସବୁଠୁ ଥଣ୍ଡା ସହରେ ପରିଣତ ହୋଇଛି। ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫.୪ଡ଼ିଗ୍ରୀ ରହିଥିଲା। ସେହିପରି ସେମିଲିଗୁଡାର ତାପମାତ୍ରା ୭.୫ ଡ଼ିଗ୍ରୀ, ଫୁଲବାଣୀର ୭.୫ ଡ଼ିଗ୍ରୀ, କୋରାପୁଟ ୮ ଡ଼ିଗ୍ରୀ,  ଚିପିଲିମାରେ ୧୦ ଡ଼ିଗ୍ରୀ, କେନ୍ଦୁଝରରେ ୮.୪ ଡ଼ିଗ୍ରୀ,  ସୁନ୍ଦରଗଡ଼ରେ ୯ ଡ଼ିଗ୍ରୀ, ଝାରସୁଗୁଡ଼ା ୯.୬ ଡ଼ିଗ୍ରୀ, ଭବାନୀପଟଣା ୧୦ ଡ଼ିଗ୍ରୀ,  ଦାରିଙ୍ଗବାଡ଼ି ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଟ୍ବିନ ସିଟି କଟକର ତାପମାତ୍ରା ୧୩.୪ ଡ଼ିଗ୍ରୀ ଓ ଭୁବନେଶ୍ବରର ୧୩.୫ ଡ଼ିଗ୍ରୀ  ସେଲସିୟସ ରେକର୍ଡ କରାଯାଇଛି। ତାପମାତ୍ରା କମିବା ଯୋଗୁଁ ଆସନ୍ତା ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍‍ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଶୀତର ପ୍ରକୋପ ରହିବା ନେଇ ବିଭାଗ ଆକଳନ କରିଛି।

Leave A Reply

Your email address will not be published.