ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଷ୍ଟାର୍ଟଅପ୍‌ରେ ଅନ୍ତିମ ସଂସ୍କାର ସେବା

ଅର୍ଥନୈତିକ ବିକାଶ ଓ ପ୍ରଯୁକ୍ତିବିଦ୍ୟା, ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ଆଣିଛି। ବ୍ୟବସାୟ ଜଗତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ବର୍ତ୍ତମାନ ଦେଶରେ ଷ୍ଟାର୍ଟଅପ୍‌ ଟ୍ରେଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମାୟାନଗରୀ ମୁମ୍ବାଇରେ ଏକ ଷ୍ଟାର୍ଟଅପ୍ ଚର୍ଚ୍ଚାର ବିଷୟ ପାଲଟିଛି। ସାଣ୍ଟାକ୍ରୁଜ୍ ଅଞ୍ଚଳରେ ଥିବା ‘ସୁଖାନ୍ତ ଫନେରାଲ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀ’ ନାମକ ଏହି ଷ୍ଟାର୍ଟଅପ୍‌ ଲୋକଙ୍କୁ ଅନ୍ତିମ ସଂସ୍କାର ସେବା ଯୋଗାଇ ଦେଉଛି। କୋକେଇକୁ କାନ୍ଧ ଦେବା ଠାରୁ ଆରମ୍ଭ କରି, ଅସ୍ଥି ବିସର୍ଜନ ପର୍ଯ୍ୟନ୍ତ ସମସ୍ତ ଅନ୍ତିମ ସଂସ୍କାର କାର୍ଯ୍ୟ ଏହି ଷ୍ଟାର୍ଟଅପ୍‌ କରୁଛି। ଏହି ଷ୍ଟାର୍ଟଅପ୍‌ ଆରମ୍ଭ କରିଥିବା ସଞ୍ଜୟ କୈଳାସ ରାମଗୁଡେ କୁହନ୍ତି, ‘ସହରର ବ୍ୟସ୍ତବହୁଳ ଜୀବନରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଅତ୍ୟନ୍ତ କଷ୍ଟକର।

ଏମିତି ଏକ ଦୁଃଖଦ ସ୍ଥିତିରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସମସ୍ତ ଆବଶ୍ୟକୀୟ ଜିନିଷ ପରିବାର ଲୋକଙ୍କ ପକ୍ଷରେ ସଂଗ୍ରହ କରିବା ସମ୍ଭବ ହୋଇ ନ ଥାଏ। ଏଭଳି ସ୍ଥିତିରେ ଆମ କମ୍ପାନୀ ଅନ୍ତିମ ସଂସ୍କାରର ସମସ୍ତ ଦାୟିତ୍ବ ନେଇଥାଏ। ଏହା ସହିତ, ଯଦି ପରିବାରର କୌଣସି ସଦସ୍ୟ ମୃତବ୍ୟକ୍ତିଙ୍କ ଶେଷଦର୍ଶନ ପାଇଁ ଆସି ପାରନ୍ତି ନାହିଁ, ତେବେ ସେମାନଙ୍କୁ ଅନ୍‌ଲାଇନରେ ଶେଷଦର୍ଶନ ସୁବିଧା ମଧ୍ୟ ଯୋଗାଇ ଦିଆଯାଏ।’ ତେବେ, ଅନ୍ତିମ ସଂସ୍କାର ବ୍ୟତୀତ ଜନ୍ମଦିନ, ବାହାଘର ଏବଂ ଅନ୍ୟାନ୍ୟ ସମାରୋହ ପାଇଁ ମଧ୍ୟ ଏହି ଷ୍ଟାର୍ଟଅପ୍‌ ସେବା ଯୋଗାଇ ଦେଇଥାଏ।

Leave A Reply

Your email address will not be published.