ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ହେବ ଶେଷକୃତ୍ୟ; ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରାଜଘାଟରେ ହେବ ଅନ୍ତିମ ସଂସ୍କାର

ପଦ୍ମପୁର: ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ହେବ ଶେଷକୃତ୍ୟ। ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ପଦ୍ମପୁର ରାଜଘାଟରେ ହେବ ଅନ୍ତିମ ସଂସ୍କାର। ଗତକାଲି ତାଙ୍କ ପାର୍ଥବ ଶରୀର ପଦ୍ମପୁରରେ ପହଂଚିବା ପରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ ମରଶରୀର ପଦ୍ମପୁର ବିଜେଡି କାର୍ଯ୍ୟାଳୟରେ ରଖାଯାଇଛି । ସେଠାରେ ଅନେକ ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ । ବିଧାୟକଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ ପଦ୍ମପୁର ବିଧାୟକ ବିଜୟ ବରିହା । ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ ବିଜୟ ରଞ୍ଜନ ସିଂ ବରିହା । ପଦ୍ମପୁରରୁ ୫ ଥର ବିଧାୟକ ହୋଇଥିଲେ। ବିଧାୟକଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.