ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଝିଅର ଚିକିତ୍ସା ପାଇଁ ସହାୟତା ଲୋଡିଲେ ମା’

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ପଂଚାୟତ ପୋଖରୀ ଆଡିଆ ସାହି ଶାନ୍ତିଲତା ବେହେରାଙ୍କ ପରିବାର ଅସହାୟ ହୋଇପଡ଼ିଛି । ଶାନ୍ତିଲତା ବିବାହର ତିନି ମାସ ପରେ ସ୍ବାମୀ ଛାଡି ଅନ୍ୟତ୍ର ସଂସାର କରିଥିବା ବେଳେ। ଶାନ୍ତିଙ୍କ ଗର୍ଭରୁ ଜନ୍ମ ନେଲା ଗେଲ୍ଲୀ।  ଗେଲ୍ଲୀକୁ ବର୍ତ୍ତମାନ ସାତ ବର୍ଷ। ହଲେ ଗେଲ୍ଲୀ ଜନ୍ମରୁ ବିକଳାଙ୍ଗ।  ପରିବାର କହିଲେ ବିଧବା ମା, ଭାଇ,ଭାଉଜ,ବିକଳାଙ୍ଗ ଝିଅ ଆଉ ନିଜେ। ଖଜୁରୀ ଗଛରୁ ପିଂଛା କାଟି ଝାଡୁ ତିଆରି କରି ବିକ୍ରି କଲେ ଯାହା ପଇସା ବାହାରେ ସେଥିରେ ପରିବାର ପ୍ରତି ପୋଷଣ ହୁଏ।

ସେପଟେ ଗେଲ୍ଲୀକୁ ଡାକ୍ତର ପାଖକୁ ନେଇ ପଇସା ସାରି ନୟାନ୍ତ ହୋଇ ପଡିଲେଣି। ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ବିକଳାଙ୍ଗ ଝିଅ ଗେଲ୍ଲୀକୁ ମଧ୍ଯ ଭତାଟିଏ ମିଳି ପାରି ନାହିଁ। ଯାହା କିଛି ଅର୍ଥ ଯୋଗାଡ଼ କରିଥିଲେ ସେଥିରେ ସେ ବହୁ କଷ୍ଟରେ ପ୍ରଥମେ ଘରୋଇ ଡାକ୍ତରଖାନା ପରେ କଟକ ବଡ ମେଡିକାଲରେ ଚିକିତ୍ସା କରାଇଥିଲେ। କିନ୍ତୁ ବର୍ତ୍ତମାନ ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। କୌଣସି ସହୃଦୟ ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସହାୟତା କଲେ ତାଙ୍କ ଝିଅ ଗେଲ୍ଲୀ ଭଲ ହୋଇ ଯାଅନ୍ତା ବୋଲି କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ମା’ ଶାନ୍ତିଲତା।

Leave A Reply

Your email address will not be published.