ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୦୮ – ୦୭ – ୨୦୨୨ )

ମେଷ: ସକାରାତ୍ମକ ବିଚାରଧାରା ସହ କାର୍ଯ୍ୟ କରିବେ। ତରବରିଆ ଭାବେ ନିବେଶ କରିବାରୁ ଦୂରେଇ ରୁହନ୍ତୁ। ପାରିବାରିକ ଦାୟିତ୍ବକୁ ପ୍ରଥମେ ପୂରଣ କରନ୍ତୁ। ଜୀବନସାଥୀ ଆପଣଙ୍କଠାରୁ ଅଧିକ ଆଶା କରିବେ।

ବୃଷ: ଆପଣଙ୍କ ମନ ଅମାନିଆ ହୋଇପାରେ। ନୂତନ ପରିବର୍ତ୍ତନକୁ ସ୍ବୀକାର କରନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କଠିନ ପରିଶ୍ରମ କରି ସଫଳତା ପାଇବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ଭଲ ରହିବ।

ମିଥୁନ: କୌଣସି ବଡ଼ ଯୋଜନା କରି ସଫଳତା ପାଇବେ। ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିପାରନ୍ତି। ଆତ୍ମୀୟଙ୍କ ସହ ମିଳନ ହେବ। ସାଙ୍ଗସାଥୀ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି।

କର୍କଟ: ଦିନଟି ମଉଜମସ୍ତିରେ କଟିବ। ପରିବାର ସହ ମହତ୍ତ୍ବପୂର୍ଣ୍ଣ ଆଲୋଚନା କରିବେ। କ୍ୟାରିୟରରେ ଅାଶାଠାରୁ ଅଧିକ ସଫଳତା ପାଇବେ। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ପୂରଣ ହେବ।

ଏଥିସହିତ ପଢ଼ନ୍ତୁ

ସିଂହ: କୌଣସି ସୃଜନଶୀଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ନୂତନ ବନ୍ଧୁଙ୍କ ସହ ନିବିଡ଼ତା ବୃଦ୍ଧି ପାଇପାେର। ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।

କନ୍ୟା: ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ। ବନ୍ଧୁବାନ୍ଧବଙ୍କ ସହ ଅଯଥା ଯୁକ୍ତିତର୍କ ହୋଇପାାରେ। କୌଣସି ଶୁଭ ସମାଚାର ପାଇଁ ଉତ୍ସାହିତ ହେବେ। ମାତାପିତାଙ୍କ ସହ ଧାର୍ମିକସ୍ଥଳୀ ଯାଇପାରନ୍ତି।

ତୁଳା: ଅନ୍ୟମାନଙ୍କ ପାଇଁ ଆପଣଙ୍କ ବ୍ୟକ୍ତିତ୍ବର ଉଦାହରଣ ହେବ। ଆୟର ନୂତନ ଉତ୍ସ ଦେଖାଦେବ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ।

ବିଛା: ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ସହ ଭୁଲ ବୁଝାମଣା ଦେଖାଦେଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବାକୁ ଲାଗିବ।

ଧନୁ: ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବେ। ନିକଟତର ସଂପର୍କୀୟଙ୍କ ସହଯୋଗ ପାଇବେ। କାର୍ଯ୍ୟରେ ଅବହେଳା କରି କଷ୍ଟ ପାଇପାରନ୍ତି। ଜୀବନସାଥୀଙ୍କ କଥାରେ ଦୁଃଖିତ ହେବେ।

ମକର: ଜୀବନରେ କିଛି ପରିବର୍ତ୍ତନ ଦେଖାଦେବ। ଅଟକି ରହିଥିବା କାର୍ଯ୍ୟ ଆଜି ପୂରଣ ହେବ। ଅକସ୍ମାତ୍‌ କୌଣସି କ୍ଷେତ୍ରରୁ ଧନଲାଭର ଯୋଗ ରହିଛି। ନୂତନ ନିଯୁକ୍ତି ସୁଯୋଗ ଦେଖାଦେବ।

କୁମ୍ଭ: ଆର୍ଥିକ ଦୁରବସ୍ଥାରୁ ଉଦ୍ଧାର ପାଇବେ। ସନ୍ତାନସନ୍ତତିଙ୍କ ପାଇଁ ନିରାଶ ହୋଇପଡ଼ିବେ। ଅନ୍ୟଠାରୁ ପ୍ରୋତ୍ସାହନ ପାଇ ଆଗକୁ ବଢ଼ିବେ। କର୍ମକ୍ଷେତ୍ରରେ ଏକମନ ହୋଇ କାର୍ଯ୍ୟ କରିବେ।

ମୀନ: କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ଅବିବାହିତଙ୍କ ପାଇଁ ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ଆସିପାରେ। ଛାତ୍ରଛାତ୍ରୀମାନେ ପରିଶ୍ରମୀ ହେବେ। ପୈତୃକ ସମ୍ପତ୍ତିରୁ ଅକସ୍ମାତ୍‌ ଲାଭାନ୍ବିତ ହେବେ।

Leave A Reply

Your email address will not be published.