ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୧୧-୧୧-୨୦୨୨)

ମେଷ: ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ଭଲପାଇବା ବଢ଼ିବାକୁ ଲାଗିବ।

ବୃଷ: ଦିନଟି ସକାରାତ୍ମକ ଚିନ୍ତାରେ ଅତିବାହିତ ହେବ। ଉତ୍ସାହର ସହ ପ୍ରତିଟି କାର୍ଯ୍ୟକୁ ପୂର୍ଣ୍ଣ କରିବେ। ଆଶା ଅନୁଯାୟୀ ଫଳ ନ ପାଇ କଷ୍ଟ ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ।

ମିଥୁନ: ଭିବଷ୍ୟତ ପାଇଁ ଅଯଥା ଚିନ୍ତା କରିବେ। ଅନ୍ୟ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ ଲକ୍ଷ୍ୟ ହାସଲ କରିବାକୁ ସମସ୍ତ ଚେଷ୍ଟା କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ।

କର୍କଟ: ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ମନରେ ଉତ୍ସାହ ଭରି ରହିବ। ଆକସ୍ମାତ୍‌ ବ୍ୟବସାୟରେ ଅଧିକ ଲାଭ ପାଇବେ। ଗୁରୁଜନଙ୍କଠାରୁ ଆର୍ଶୀବାଦ ପାଇ ଆଗକୁ ବଢ଼ିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଆତ୍ମବିଶ୍ବାସ ବଳରେ ସବୁ ସମସ୍ୟାର ସମାଧାନର ବାଟ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର କମ୍ ରହିବ। ପରିବାରିକ ସହ ଅଧିକ ସମୟ କଟାଇବେ। ପୁରୁଣା ସମ୍ପର୍କକୁ ଭୁଲି ଆଗକୁ ବଢ଼ିପାରନ୍ତି।

କନ୍ୟା: ଦିନଟି ମଧ୍ୟମ ଧରଣର ରହିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଏକୁଟିଆ ନିଷ୍ପତ୍ତି ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

ତୁଳା: ଭିବଷ୍ୟତ ପାଇଁ ଅଯଥା ଚିନ୍ତା କରିବେ। ଅନ୍ୟ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ ଲକ୍ଷ୍ୟ ହାସଲ କରିବାକୁ ସମସ୍ତ ଚେଷ୍ଟା କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ।

ବିଛା: କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ହରେଇଥିବା ଆତ୍ମବିଶ୍ବାସ ଫେରି ପାଇବେ । ଆଶା ମୁତାବକ କାର୍ଯ୍ୟରେ ସଫଳତା ପାଇ ନ ପାରନ୍ତି।

ଧନୁ: ମହିଳାମାନଙ୍କର ମନୋବଳ ବୃଦ୍ଧି ହେବ। ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ । ଘରୋଇ ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ। ସ୍ବଳ୍ପ ଅବହେଳା ମହଙ୍ଗା ସାବ୍ୟସ୍ତ ହୋଇପାରେ।

ମକର: ଅତ୍ୟଧିକ ଚିନ୍ତା ଆପଣଙ୍କୁ କ୍ରୋଧିତ କରିପାରେ । ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହିବା ଆବଶ୍ୟକ। ସାଙ୍ଗମାନଙ୍କ ସାହାଯ୍ୟରେ ଆର୍ଥିକ ସମସ୍ୟା ଦୂର ହେବ। ପାରିବାରିକ ସମ୍ମାନ ଏବଂ ବିଶ୍ବାସର ବିକାଶ କରିବା ଆବଶ୍ୟକ।

କୁମ୍ଭ: ମାନସିକ ସ୍ତରରେ ଅତ୍ୟନ୍ତ ସକ୍ରିୟ ରହିପାରନ୍ତି। ଦୈନିକ କାର୍ଯ୍ୟରୁ ବାହାରି ମନୋରଞ୍ଜନ ପାଇଁ ଯାଇପାରନ୍ତି। କର୍ମକ୍ଷେତ୍ରରେ ପରିଶ୍ରମ କରି ସଫଳତା ପାଇବେ। ଜୀବନସାଥୀଙ୍କୁ ମନ କଥା କହି ସନ୍ତୋଷ ପାଇବେ।

ମୀନ: କିଛି ଦରକାରୀ କାର୍ଯ୍ୟରେ ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଗରିବଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ।

Leave A Reply

Your email address will not be published.