ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୦୭-୦୫-୨୦୨୧)

ମେଷ: ବାରମ୍ବାର ଚେଷ୍ଟା କରି ଉନ୍ନତି କରିବେ | ରାଜନୀତିରେ ଚଳଚଞ୍ଚଳ ରହିବେ। ଚାକିରିରେ ନିଷ୍ଠା ରହିବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପରିସର ବୃଦ୍ଧି ପାଇବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ବୃଷ: ଦିନଟି ଉତ୍ତମ ଫଳ ମିଳିବ। ଚାକିରିରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ତୁଲାଇବେ | ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ମିଥୁନ: ଯେକୌଣସି ଉପାୟରେ ହେଉନା କାହିଁକି କାର୍ଯ୍ୟ ସମ୍ପନ୍ନ କରିବେ । ପ୍ରଶାସନିକ ଓ ଚାକିରିରେ ଉଚ୍ଚସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

କର୍କଟ: ହେଉଥିବା କାର୍ଯ୍ୟ ସ୍ଥଗିତ ରହିପାରେ। ମହିଳାମାନେ ଉଦାସ ରହିବେ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ: ବିଷମ ପରିସ୍ଥିତି ଦେଇ ଗତି କରିବେ । ମହିଳାମାନେ ଦୁଶ୍ଚିନ୍ତାରେ ରହିବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

କନ୍ୟା: କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ପ୍ରଶାସନିକ ପ୍ରଶଂସିତ ହେବେ। ମହିଳାମାନେ ଯଶକୀର୍ଜୀ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଶୁଭଫଳ ପାଇବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

ତୁଳା: ଦିନଟି ବ୍ୟସ୍ତତା ଭିତରେ କଟିବ। ଚାକିରିରେ ସ୍ଥାୟିତ୍ଵ ରହିବ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

ବିଛା: କର୍ମକ୍ଷେତ୍ରରେ ଅଧୈର୍ଯ୍ୟ ରହିବେ । ସନ୍ତାନ ସନ୍ତତିମାନେ ଅବାଧ୍ୟ ହୋଇପାରନ୍ତି। ଚାକିରିରେ ଅସହଯୋଗ ରହିବ | ବାଣିଜ୍ୟରେ ସ୍ବଳ୍ପ ଆୟ ହେବ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍

ଧନୁ: ଦିନଟି କୌଣସି ବିଷୟକୁ ନେଇ ଉତ୍ତେଜନାରେ ରହିବେ । ମହିଳାମାନେ ହତୋତ୍ସାହ ରହିବେ । ଚାକିରୀରେ ଅବହେଳା ରହିବ। ବାଣିଜ୍ୟରେ ସମସ୍ୟା ରହିବ | ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର: ନିଜର ବୁଦ୍ଧିମତା ଦ୍ବାରା କାର୍ଯ୍ୟ ହାସଲ କରିବେ । ମହିଳାମାନେ ପରିଶ୍ରମୀ ହେବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲଭର୍

କୁମ୍ଭ: ପାଇବାକୁ ଥିବା ଅର୍ଥ ଅଳ୍ପକେ ହାତଛଡା ହେବ। ସାଂସାରିକ ଭୁଲ୍ ବୁଝାମଣା ରହିବ। ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ମୀନ: ଦେହ ଓ ମନ ପ୍ରଫୁଲ୍ଲ ରହିବ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଚାକିରିରେ ପ୍ରଶଂସା ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

Leave A Reply

Your email address will not be published.