ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୨୭-୦୮-୨୦୨୧)

ମେଷ:କୌଣସି ବିଷୟକୁ ନେଇ ଅସ୍ଥିର ରହିବେ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ଚିନ୍ତାରେ ରହିବେ। ପରିବହନ ଓ ବାଣିଜ୍ୟ ପରିସର ବୃଦ୍ଧି ପାଇବ। ଶିକ୍ଷାର୍ଥୀ ଚଞ୍ଚଳମନା ହେବେ।

ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ:କିଛିଟା ବ୍ୟୟବହୁଳତା ଭିତରେ କାର୍ଯ୍ୟ ସମ୍ପନ୍ନ କରିବେ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ଦୂରଯାତ୍ରା କରିପାରନ୍ତି। ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ।

ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ଏଥିସହିତ ପଢ଼ନ୍ତୁ

ମିଥୁନ:ଦୀର୍ଘଦିନର କାର୍ଯ୍ୟ ସମ୍ପୂର୍ଣ୍ଣ ॥େହବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ଚାକିରିରେ ସ୍ବାଧୀନତା ରହିବ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କର୍କଟ:କର୍ମକ୍ଷେତ୍ରରେ ଦୃଢମନା ରହିବେ। ଚାକିରିରେ ଧନସମ୍ମାନ ପାଇବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ।

ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ସିଂହ:ଯୋଜନା କରି ଅସଫଳ ହେବେ। ସାଂସାରିକ ଧର୍ମାଦି କାର୍ଯ୍ୟରେ ବ୍ହ କରି ଅଭାବରେ ପଡିବେ। ଚାକିରିରେ ସମସ୍ୟା ରହିବ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ ବିଷମ ପରିସ୍ଥିତି ରହିବ। ମହିଳାମାନେ ଅଶାନ୍ତିରେ ରହିବେ। ବାଣିଜ୍ୟରେ ହାନି ହୋଇପାରେ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ତୁଳା:ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ମହିଳାମାନେ ଆଦରସମ୍ମାନ ପାଇବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ବିଛା:ଦିନଟି କର୍ମତତ୍ପର ରହିବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ଶତ୍ରୁମାନେ ଆୟତ୍ତାଧୀନ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ:କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। କାର୍ଯ୍ୟ ବିଳମ୍ବ ଓ ବିରକ୍ତିମନା ରହିବେ। ପ୍ରଶାସନିକ ସମସ୍ୟାରେ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ।

ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ମକର:ଦିନଟି ଚଳଚଞ୍ଚଳ ରହିବେ। ଅତିଥିଙ୍କ ଆଗମନ ହୋଇପାରେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ସଫଳ ହେବେ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

କୁମ୍ଭ:ନିଜର ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଉତ୍ତମ ଆୟ ହେବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:ବକେୟା ଅର୍ଥକୁ ନେଇ ବାଦବିବାଦ ଉପୁଜିପାରେ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଅସ୍ଥିର ରହିବେ। ବାଣିଜ୍ୟ ମାନ୍ଦା ରହିବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

Leave A Reply

Your email address will not be published.