ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୨୬-୦୩-୨୦୨୧)

ମେଷ:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ସନ୍ତାନସନ୍ତତିଙ୍କୁ ନେଇ ଗର୍ବିତ ହେବେ। ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ। ଶିଳ୍ପ, ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ।

ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ:ଦିନଟି କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ଶିଳ୍ପ ଓ ବାଣିଜ୍ୟ ମନ୍ଥର ରହିବ।

ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ଏଥିସହିତ ପଢ଼ନ୍ତୁ

ମିଥୁନ:ତୃତୀୟସ୍ଥ ଚନ୍ଦ୍ରଙ୍କ ଗତିଶୀଳ ହେତୁ ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:ଘାତଚନ୍ଦ୍ର ପ୍ରଭାବରୁ ଆର୍ଥିକ କଥାକୁ କେନ୍ଦ୍ର କରି ବିବାଦ ଉପୁଜିପାରେ। ଚାକିରିରେ ଅସହଯୋଗ ରହିବ। ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ସିଂହ:କର୍ମକ୍ଷେତ୍ରରେ ସୁଖସନ୍ତୋଷ ପ୍ରାପ୍ତି ହେବ। ମହିଳାମାନେ ଆଦର ସମ୍ମାନ ପାଇବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ବାଣିଜ୍ୟରେ ଲାଭ ମିଳିବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କନ୍ୟା:ଦିନଟି ବ୍ୟୟବହୁଳତା ଦେଖାଦେବ। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟ ମାନ୍ଦା ରହିବ।

ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା:କର୍ମକ୍ଷେତ୍ରରେ ଧନସମ୍ମାନ ପ୍ରାପ୍ତି ହେବ। ସାଂସାରିକ ଉନ୍ନତି ସାଧନ ହେବ। ମହିଳାମାନେ ଜନ ସ୍ବାଧୀନତା ପ୍ରିୟ ହେବେ। ବାଣିଜ୍ୟ ଉତ୍ସାହଜନକ ରହିବ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ବିଛା:ଦଶମସ୍ଥ ଚନ୍ଦ୍ରଙ୍କ ପାରଗମନ ହେତୁ ସମାଜରେ ପ୍ରତିଷ୍ଠିତ ହେବେ।। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପୀ

ଧନୁ:ଯୋଜନା କରି ସଫଳ ହେବେ। ମହିଳାମାନେ ସାଂସାରିକ ପ୍ରିୟ ହେବେ। ଚାକିରିରେ ନିଷ୍ଠା ରହିବ। ଶିଳ୍ପ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ମକର:ଦିନଟି ବାଧାବିଘ୍ନ ଭିତରେ ଗତି କରିବେ। ଚାକିରିରେ ସମସ୍ୟା ରହିପାରେ। ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ। ବାଣିଜ୍ୟରେ ହାନି ହେବ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ
କୁମ୍ଭ:କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ଦାମ୍ପତ୍ୟ ସୁଖମୟ ରହିବ। ପ୍ରଶାସନିକ ପ୍ରଶଂସିତ ହେବେ। ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମୀନ: ଦିନଟି ବ୍ୟସ୍ତତା ଭିତରେ କଟିବ। ଦେହ ଓ ମନ ଭଲ ରହିବ। ରାଜନୀତିରେ ଶତ୍ରୁଜୟୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

Leave A Reply

Your email address will not be published.