ଶୁକ୍ରବାର ରାଶିଫଳ (୨୬-୦୨-୨୦୨୧)

ମେଷ:ଅନେକ ସ୍ଥଳେ ଭୁଲ କରି କ୍ଷୋଭ କରିବେ। ଆୟ ହ୍ରାସ ପାଇବ ଓ ଅଭାବ ଦେଖାଦେବ। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ସାଧାରଣ ଫଳ ମିଳିବ।

ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ଏଥିସହିତ ପଢ଼ନ୍ତୁ

ବୃଷ:ଦିନଟି ଖୁବ ଭଲରେ କଟିବ। ଦ୍ରବ୍ୟ ଲାଭ ଯୋଗ ରହିଛି। ଚାକିରିରେ ପ୍ରାଧାନ୍ୟତା ରହିବ। ମହିଳାମାନେ ସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ  ହେବ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:କର୍ମକ୍ଷେତ୍ରରେ ସୁଖସମ୍ମାନ ପାଇବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ମହିଳାମାନେ ପରିଶ୍ରମୀ ହେବେ। ପରିବହନ ଓ ବାଣିଜ୍ୟରେ ଆୟ ଦ୍ବିଗୁଣିତ ରହିବ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:ସମାଜରେ ସୁନାମ ପାଇବେ। ସାଂସାରିକ ମଧୁର ସମ୍ପର୍କ ରହିବ। ପ୍ରଶାସନିକ ଲୋକ ସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବାଣିଜ୍ୟରେ ପ୍ରସାର ହେବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ସିଂହ:ବୃଥା ଭ୍ରମଣ ଓ ଖର୍ଚ୍ଚାନ୍ତ ଯୋଗ ରହିଛି। ରାଜନୈତିକ ବିବାଦୀୟ ପରିସ୍ଥିତି ଉପୁଜିପାରେ। ମହିଳାମାନେ ବିରକ୍ତିମନା ରହିବେ। କଳା,ବିଜ୍ଞାନ ଓ ବାଣିଜ୍ୟରେ ଅସଫଳ ହେବେ।

ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

କନ୍ୟା:ଦୀର୍ଘଦିନର କାର୍ଯ୍ୟ ସ୍ବପ୍ନ ହୋଇପାରେ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ବକେୟା ଅର୍ଥପ୍ରାପ୍ତି ହୋଇପାରେ। ଶିଳ୍ପ ଓ ବାଣିଜ୍ୟରେ ଆଶା ମୁତାବକ ଫଳ ପାଇବେ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ତୁଳା:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ପ୍ରସିଦ୍ଧି ବଢିବ। ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ଓ ସଞ୍ଚୟ ହେବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ବିଛା:ଦିନଟି ପରିଶ୍ରମର ଫଳ ମିଳିବ। ଚାକିରିରେ ମାନସମ୍ମାନ ବୃଦ୍ଧି ପାଇବ। ରାଜନୀତିରେ ଜନକଲ୍ୟାଣ କାର୍ଯ୍ୟ କରିବେ। ବାଣିଜ୍ୟରେ ଶୁଭଫଳ ମିଳିବ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ:କର୍ମକ୍ଷେତ୍ରରେ ଅସହଯୋଗ ରହିବ। ଦ୍ରବ୍ୟାଦି ହାନି ହୋଇପାରେ। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ବାଣିଜ୍ୟରେ ହାନି ହୋଇପାରେ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା

ମକର:ଦୃଢ ମନୋବଳ ନେଇ କର୍ମ କରିବେ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ପରିବହନ, ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ:ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଗୃହସଜ୍ଜାରେ ସମୟ କଟାଇବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମୀନ:ଉଚ୍ଚ ଆଶା ଫଳପ୍ରସୂ ହେବ।ଚାକିରିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ତୁଲାଇ ଆଶ୍ବସ୍ତି ହେବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭଦାୟକ ରହିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

Leave a comment