ଶୁକ୍ରବାର ରାଶିଫଳ ( ୨୦-୦୧-୨୦୨୩ )

ମେଷ: ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ପାଇ ଉତ୍ସାହିତ ହେବେ। ଧନଲାଭର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ବଢ଼ିବ।

ବୃଷ: ଉତ୍ତମ ବ୍ୟବହାରରେ ସମସ୍ତଙ୍କୁ ଆପଣାଇବାକୁ ହେବ। ପରିବାରରେ ଭୁଲ ବୁଝାମଣା ହୋଇପାରେ । ଆଜି କୌଣସି ମହତ୍ତ୍ବପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ।

ଏଥିସହିତ ପଢ଼ନ୍ତୁ

ମିଥୁନ: ନିତିଦିନିଆ କାମ ସହଜରେ ପୂରା ହୋଇଯିବ। ବନ୍ଧୁବାନ୍ଧବ ନୂତନ କାମରେ ସାହାଯ୍ୟ କରିବେ। ଆଜି ଯେଉଁ କାମ ଆରମ୍ଭ କରିବେ, ସେଥିରେ ସଫଳତା ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

କର୍କଟ: ପୂର୍ବ କଥା ପାଇଁ ମାନସିକ ଅଶାନ୍ତିରେ ରହିପାରନ୍ତି। ଆୟବ୍ୟୟରେ ଭାରସାମ୍ୟ ବଜାୟ ରହିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ।

ସିଂହ: ନୂତନ ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ।

କନ୍ୟା: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ବିଦେଶ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଭାଇଭଉଣୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି।

ତୁଳା: ନିଜର ପରିସର ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବେ। ଉପରିସ୍ଥ କର୍ମଚାରୀଙ୍କ ଦୃଷ୍ଟି ଆପଣଙ୍କ ଉପରେ ରହିବ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ବିଛା: କୌଣସି ମହତ୍ତ୍ବପୂର୍ଣ୍ଣ ଚର୍ଚ୍ଚାରେ ସମୟ କଟିବ। ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରରେ ତର୍କବିତର୍କ ପରିସ୍ଥିତି ଉପୁଜିପାରେ।

ଧନୁ: ଉତ୍ତମ ବିଚାର ଦ୍ବାରା ପ୍ରଗତିର ନୂତନ ରାସ୍ତା ଉନ୍ମୋଚନ ହେବ। ଜୀବନସାଥୀଙ୍କ ସହିତ ସଂପର୍କରେ ନିବିଡ଼ତା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ମକର: ଆଜି କୌଣସି ଅପ୍ରୀତିକର ପରିସ୍ଥିତିରେ ପଡ଼ି ଯାଇପାରନ୍ତି। ନିଜ ସାହସ ଓ ବୁଦ୍ଧି ବଳରେ ସହଜରେ ସଫଳତା ପାଇବେ। ଅଧିକ ଖର୍ଚ୍ଚାନ୍ତରେ ପଡ଼ିଯାଇପାରନ୍ତି। ବରିଷ୍ଠ ସହକର୍ମୀଙ୍କ ସହଯୋଗ ପାଇବେ।

କୁମ୍ଭ: କୌଣସି ପୁରୁଣା କାର୍ଯ୍ୟ ସଂପୂର୍ଣ୍ଣ ହେବ। ରାଜନୈତିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟର ଉନ୍ନତି ପାଇଁ ନୂଆ ପଥ ଖୋଲିବ। ନୂତନ ଚିନ୍ତାଧାରା ପାଇଁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ମୀନ: ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ । ଗଭୀର ଭାବନା ଆପଣଙ୍କୁ କଷ୍ଟ ଦେଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଚାନକ ଧନଲାଭ ହେବ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ।

Leave a comment