ଶୁକ୍ରବାର ରାଶିଫଳ (୧୯-୦୩-୨୦୨୧)

ମେଷ:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ପରିବହନ, ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ
ବୃଷ:ଶ୍ରୀଚନ୍ଦ୍ର କାରଣରୁ ସୁଖସନ୍ତୋଷ ପ୍ରାପ୍ତି ହେବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟ ସନ୍ତୋଷଜନକ ରହିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ମିଥୁନ:ଦିନଟି ବ୍ୟୟାଧିକ କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ସାଂସାରିକ ଭୁଲ୍ ବୁଝାମଣା ରହିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ବିଦ୍ୟାର୍ଥୀ ଅସ୍ଥିର ରହିବେ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍
କର୍କଟ:ଏକାଦଶସ୍ଥ ଚନ୍ଦ୍ର ଓ ସପ୍ତମସ୍ଥ ବୃହସ୍ପତିଙ୍କ କାରଣରୁ ସ୍ବପ୍ନ ସାକାର ହେବ। ପ୍ରଶାସନିକ ଓ ରାଜନୈତିକ ଧନସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଭଲ ଆୟ ହେବ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍
ସିଂହ:ଦିନଟିରେ ବଡ଼ ଧରଣର ସଫଳତା ମିଳିପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ପ୍ରଭାବଶାଳୀ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍
କନ୍ୟା:ଦିନଟିରେ ସୁସମ୍ବାଦ ପ୍ରାପ୍ତି ହୋଇପାରେ। ଭବିଷ୍ୟତ ଯୋଜନା କରି ସଫଳ ହେବେ। ମହିଳାମାନେ ଧର୍ମପରାୟଣା ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍
ତୁଳା:କର୍ମକ୍ଷେତ୍ରରେ ଅସମ୍ମାନ ହୋଇପାରନ୍ତି। ଚାକିରିରେ ଅବହେଳା ଓ ଅପଦସ୍ତ ହୋଇପାରନ୍ତି। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ବାଣିଜ୍ୟରେ ହାନି ହୋଇପାରେ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା
ବିଛା:ଦିନଟିରେ କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ସାଂସାରିକ ଅସ୍ଥିରମନା ରହିବେ। ରାଜନୀତିରେ ପ୍ରଶଂସିତ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ଧନୁ:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ମନମୁତାବକ ଫଳ ପାଇବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍
ମକର:ବାରମ୍ବାର ଚେଷ୍ଟା କରି ସଫଳ ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଶୁଭ ହେବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ
କୁମ୍ଭ:ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡି ଯାଇପାରେ। ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟରେ ମନ୍ଥର ରହିବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍
ମୀନ:ସମାଜରେ ସୁନାମ ପାଇବେ। ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ କର୍ମତତ୍ପର ରହିବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା