ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୧୮-୧୧-୨୦୨୨)

ମେଷ: ପରିବାରରେ ଏକତା ବଢ଼ିବ। କାର୍ଯ୍ୟକୁ ସୁଚାରୁ ରୂପରେ ପୂରଣ କରିବାକୁ ଭିନ୍ନ ଉପାୟ ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଯାଇପାରେ।

ବୃଷ: ଦିନଟି ଚଳଚଞ୍ଚଳ ରହିବ। ଚାକିରିରେ କିଛିଟା ସମସ୍ୟା ରହିପାରେ। ଅର୍ଥନୈତିକ କାର୍ଯ୍ୟରେ ବାଧା ଉପୁଜିପାେର। ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହେବ।

ମିଥୁନ: ଦୀର୍ଘ ଦିନର ଅପେକ୍ଷାର ପରିସମାପ୍ତି ଘଟିବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରିବାରରେ ଆପଣଙ୍କର ଗୁରୁତ୍ତ୍ବ ବୃଦ୍ଧି ପାଇବ। ବିଦେଶ ଭ୍ରମଣ ଯୋଗ ରହିଛି।

କର୍କଟ: ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ନୂତନ ନିବେଶ କରି ଲାଭାନ୍ବିତ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଆକସ୍ମାତ୍‌ ଶୁଭ ଖବର ପାଇ ଉତ୍ସାହିତ ହେବେ। ପ୍ରିୟଜନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

କନ୍ୟା: ଦିନଟିରେ ମିଶ୍ରିତ ଫଳ ପାଇବେ। ଅଯଥା କାର୍ଯ୍ୟରେ ନିଜର ବୁଦ୍ଧିବଳ ନଷ୍ଟ କରନ୍ତୁ ନାହିଁ। ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଉପୁଜିପାରେ।

ତୁଳା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ଆଶା ନିରାଶରେ ପରିଣତ ହୋଇଯାଇପାରେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଧାର୍ମିକ ଭାବନା ରଖି ଅନ୍ୟର ସହାୟତା କରିବେ।

ବିଛା: ବିଗିଡ଼ି ଯାଇଥିବା କାର୍ଯ୍ୟକୁ ସଜାଡ଼ିବାକୁ ଚେଷ୍ଟା କରିବେ। ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ। ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବେ।

ଧନୁ: ସମସ୍ୟାର ସମାଧାନ ବାଟ ବାହାରିବ। ନୂତନ ନିଯୁକ୍ତି ପାଇପାରନ୍ତି। କର୍ମକ୍ଷେତ୍ର ତଥା ବ୍ୟବସାୟରେ ଉନ୍ନତି ଦେଖାଦେବ। ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ପରିବାର ସହ ଭଲ ସମୟ କଟିବ।

ମକର: ପରିବାରବର୍ଗଙ୍କ ସହ ମିଶି କୌଣସି ଧାର୍ମିକ ସ୍ଥଳକୁ ଯାଇପାରନ୍ତି। ନିକଟତର ବ୍ୟକ୍ତିଙ୍କ ସହ କଥା ହୋଇ ପ୍ରଫୁଲ୍ଲିତ ହେବେ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।

କୁମ୍ଭ: ନିଜ ସ୍ବପ୍ନ ପୂରଣ କରିବାରେ ସଫଳ ହୋଇପାରନ୍ତି। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭବାନ ହେବେ। ଜୀବନସାଥୀଙ୍କ ସହ ବସି ଭବିଷ୍ୟତ ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ।

ମୀନ: ସମୟ ପୂର୍ବରୁ ଅଧିକରୁ ଅଧିକ କାର୍ଯ୍ୟ ପୂରଣ କରିପାରନ୍ତି। ପରିବାରବର୍ଗଙ୍କଠାରୁ କିଛି ନୂଆ ଶିକ୍ଷା ଅର୍ଜନ କରିବେ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଲାଭବାନ ହେବେ। ପ୍ରଗତି ପଥରେ ଆଗେଇ ଚାଲିବେ।

Leave A Reply

Your email address will not be published.