ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୭-୦୩-୨୦୨୩ )

ମେଷ: ଦିନଟି ଲାଭଦାୟକ ପ୍ରମାଣିତ ହେବ। ମହିଳାମାନଙ୍କୁ ବଡ଼ ସଫଳତା ମିଳିବାର ଯୋଗ ରହିଛି। ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ଅଧିକ ମୂଲ୍ୟମାନ ବସ୍ତୁ କିଣି ଖର୍ଚ୍ଚାନ୍ତ ହୋଇପାରନ୍ତି।

ବୃଷ: ନିଜ ଚେଷ୍ଟାରେ ସଫଳତା ପାଇବେ। ପରିବାର ବର୍ଗଙ୍କ ସହ ଅଧିକ ସମୟ କଟାଇବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପାଇଁ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।

ମିଥୁନ: ପାରିବାରିକ ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇବେ। ଅଳ୍ପ ପରିଶ୍ରମ କରି ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିବ। ସମସ୍ତ କାର୍ଯ୍ୟକୁ ଧୈର୍ଯ୍ୟର ସହ କରିବାକୁ ପ୍ରୟାସ କରନ୍ତୁ।

କର୍କଟ: ଆଶାଠାରୁ ଅଧିକ ଧନ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ପ୍ରତି ବିଶେଷଭାବେ ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି। ସମାଜରେ ମାନସମ୍ମାନର ଅଧିକାରୀ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବ। ପରିଶ୍ରମର ଉଚିତ ଫଳ ପାଇବେ। ଚାକିରିରେ ବଦଳିର ସମ୍ଭାବନା ରହିଛି। ମହିଳାମାନେ ସ୍ବାଧୀନଭାବରେ ନିଷ୍ପତ୍ତି ନେବେ।

କନ୍ୟା: ସୁଖମୟ ଜୀବନ ପାଇଁ ନୂତନ ଯୋଜନା କରିବେ। ଅଚାନକ ନୂଆ ସ୍ରୋତରୁ ଧନଲାଭ ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣତା ଆସିବ। ସନ୍ତାନ ସନ୍ତତିଙ୍କ ପାଇଁ ଉଚିତ ନିଷ୍ପତ୍ତି ନେବେ।

ତୁଳା: ଯାତାୟାତ ସମୟରେ ସାବଧାନ ରୁହନ୍ତୁ। ଅନ୍ୟକୁ ଉଧାର ଦେବାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନ ସମାନ୍ୟ ରହିବ। ଗୁରୁଜନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବେ।

ବିଛା: ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ। କୌଣସି ଖାସ୍ ବ୍ୟକ୍ତିଙ୍କ ସହ ମିଳାମିଶାର ମଉକା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ଅଯଥା ଚିନ୍ତାକରି କଷ୍ଟ ପାଇପାରନ୍ତି।

ଧନୁ: ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ସନ୍ତାନ ପାଇଁ ଚିନ୍ତିତ ହୋଇପାରନ୍ତି। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ।

ମକର: ବନ୍ଧୁ ବାନ୍ଧବଙ୍କଠାରୁ କୌଣସି ବଡ଼ ଉପହାର ପାଇବେ। କୌଣସି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିବେ। କାର୍ଯ୍ୟ କରିବା ପାଇଁ ମନରେ ଉତ୍ସାହ ଭରି ରହିବ।

କୁମ୍ଭ: ସମାଜ ସେବାରେ ଦିନଟି କଟିବ। କୌଣସି କଥାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବ। ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ସହକର୍ମୀଙ୍କ ବ୍ୟବହାରରେ କଷ୍ଟ ପାଇବେ। ସାଙ୍ଗସାଥୀଙ୍କ ସହ ଉତ୍ତମ ସମୟ କଟିବ।

ମୀନ: ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ କୌଣସି ନୂତନ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ସମସ୍ୟାକୁ ଶାନ୍ତିରେ ସମାଧାନ କରିବେ। ଉପରିସ୍ଥ ଅଧିକାରୀଙ୍କଠାରୁ ସହଯୋଗ ପାଇବେ।

Leave A Reply

Your email address will not be published.