ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୫ – ୦୭ – ୨୦୨୨ )

ମେଷ: ଗୁରୁଜନଙ୍କଠାରୁ ପରାମର୍ଶ ଗ୍ରହଣ କରି ସଫଳତା ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ସୂଚାରୁ ରୂପରେ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ। କ୍ୟାରିୟର୍‌ ସମ୍ବନ୍ଧରେ ବରିଷ୍ଠ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ଆଶା କରିବେ।

ବୃଷ: ଜୀବନରେ କିଛି ନୂତନ ପରିବର୍ତ୍ତନ ଦେଖାଦେବ। କୌଣସି ଖବର ପାଇ ପରିବାର ଲୋକ ଆନନ୍ଦିତ ହେବେ। ବିଗିଡ଼ି ଯାଇଥିବା ସମ୍ପର୍କରେ ଘନିଷ୍ଠତା ବଢ଼ିବାକୁ ଲାଗିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ ମିଳିପାରେ।

ମିଥୁନ: ବ୍ୟବସାୟୀ ତଥା କର୍ମଚାରୀଙ୍କ ପାଇଁ ଦିନଟି ଭଲ ରହିବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ପଦୋନ୍ନତି ସମ୍ଭବ ହୋଇପାରିବ। ଅନ୍ୟକୁ ଉପଦେଶ ଦେଇ ମାର୍ଗ ଦର୍ଶନ କରାଇବେ।

କର୍କଟ: ଧାର୍ମିକ ଚିନ୍ତାଧାରାରେ କାର୍ଯ୍ୟ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ପାରିବାରିକ ଜୀବନ ଆନନ୍ଦପୂର୍ଣ୍ଣ ରହିବ। ଅନ୍ୟକୁ ସହଯୋଗର ହାତ ବଢ଼ାଇ ଖୁସି ଅନୁଭବ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅକସ୍ମାତ୍‌ କୌଣସି ସ୍ଥାନରୁ ଧନ ଲାଭ ଯୋଗ ରହିଛି। ସାଙ୍ଗସାଥୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। କର୍ମକ୍ଷେତ୍ରରେ ଆପଣଙ୍କ ଭଲ ବ୍ୟବହାର ପାଇଁ ପ୍ରଶଂସିତ ହେବେ। ଅଧିକ କାର୍ଯ୍ୟକରି ଥକ୍କା ଅନୁଭବ କରିବେ।

କନ୍ୟା: ଅନ୍ୟର କଥାକୁ ଗୁରୁତ୍ବ ଦିଅନ୍ତୁ। ବିବାଦୀୟ ପରିସ୍ଥିତିର ମୁକାବିଲା କରିବେ। ସହକର୍ମୀଙ୍କ ସହ ମିଳାମିଶା ବଢ଼ିବାକୁ ଲାଗିବ। ଜୀବନସାଥୀଙ୍କୁ ମନର କଥା କହି ସନ୍ତୋଷ ଲାଭ କରିବେ।

ତୁଳା: ପାରିବାରିକ ଜୀବନରେ ଆନନ୍ଦର ବାତାବରଣ ରହିବ। ଗୁରୁଜନଙ୍କଠାରୁ ଆର୍ଶିବାଦ ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବେ। ବ୍ୟବସାୟରେ ଲାଭ ସାମାନ୍ୟ ରହିବ।

ବିଛା: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କଠିନ ଦିନ ଗୁଡ଼ିକ ବିତି ଯାଇପାରେ। ଛାତ୍ରଛାତ୍ରୀ ଅନିଶ୍ଚତ ଭବିଷ୍ୟତକୁ ନେଇ ବ୍ୟସ୍ତ ହୋଇପାରନ୍ତି।

ଧନୁ: ପରିବାରରେ ଦାୟିତ୍ବ ଭାର ବଢ଼ିବାକୁ ଲାଗିବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ସମୟ ସମୟରେ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ନିଜ ରୁଚି ଅନୁସାରେ କାର୍ଯ୍ୟ କରି ସନ୍ତୋଷ ପାଇବେ।

ମକର: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।

କୁମ୍ଭ: ବରିଷ୍ଠ ବ୍ୟକ୍ତିଙ୍କ ସହ ମିଳାମିଶା ବଢ଼ିବ। ଅନ୍ୟକୁ ଖୁସି କରିବା ପାଇଁ ଅଧିକ ଖର୍ଚ୍ଚ କରିବେ। ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅକସ୍ମାତ୍‌ ଯାତ୍ରା କରିପାରନ୍ତି।

ମୀନ: ଧାର୍ମିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ। ଛୋଟ ଛୋଟ ଯୁକ୍ତି ବିବାଦର ମୋଡ଼ ନେଇପାରେ। କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ।

Leave A Reply

Your email address will not be published.