bitcoin
Bitcoin (BTC) 2,252,518.74 0.79%
ethereum
Ethereum (ETH) 138,649.26 1.28%
tether
Tether (USDT) 77.71 0.01%
usd-coin
USD Coin (USDC) 77.71 0.01%
bnb
BNB (BNB) 23,615.15 1.33%
xrp
XRP (XRP) 29.95 2.65%
binance-usd
Binance USD (BUSD) 77.87 0.08%
cardano
Cardano (ADA) 35.83 2.10%
solana
Solana (SOL) 3,266.79 1.55%
dogecoin
Dogecoin (DOGE) 6.37 3.99%

ଶୁକ୍ରବାର ରାଶିଫଳ (୧୫-୦୪-୨୦୨୨)

ମେଷ: ଦିନଟି କର୍ମତତ୍ପର ରହିବେ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ଚାକିରିରେ ନିଷ୍ଠାପର ରହିବେ। ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।

ବୃଷ:କେତେକ ବିଷୟକୁ ନେଇ ଉତ୍ତେଜନାରେ ରହିବେ। ରାଜନୀତିରେ ବିଷମ ପରିସ୍ଥିତି ରହିପାରେ। ମହିଳାମାନେ ଦୁଶ୍ଚିନ୍ତାରେ ରହିବେ। ବାଣିଜ୍ୟରେ ଚିନ୍ତାଜନକ ରହିବେ। ଶିକ୍ଷାର୍ଥୀ ଚିନ୍ତିତ ରହିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

ଏଥିସହିତ ପଢ଼ନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ ଅସହଯୋଗ ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ବ୍ୟସ୍ତବିବ୍ରତ ରହିବେ।ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।

କର୍କଟ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍‌।

ସିଂହ:କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲ୍‌ଭର୍‌।

କନ୍ୟା:ଦେହ ଓ ମନ ପ୍ରଫୁଲ୍ଲ ରହିବ। ରାଜନୀତିରେ ପ୍ରଶଂସା ପାଇବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌।

ତୁଳା:କାର୍ଯ୍ୟବିଳମ୍ବ ଓ ମନସ୍ତାପରେ ରହିବେ। ରାଜନୀତିରେ ସମସ୍ୟା ରହିବ। ଚାକିରିରେ କାର୍ଯ୍ୟ ଚାପ ରହିବ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ-ଆକାଶୀ।

ବିଛା: ବହୁଦିନର ଅପେକ୍ଷାର ପରିସମାପ୍ତି ଘଟିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ।ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି।

ଧନୁ:ସ୍ବପ୍ନ ସାକାର ହେବ। ପ୍ରଶାସନିକ ଓ ରାଜନୀତିରେ ମାନମର୍ଯ୍ୟଦା ବୃଦ୍ଧି ହେବ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଅଜ୍ଞାଧୀନ ରହିବେ। ଶୁଭ ଅଙ୍କ- ୨,ଶୁଭ ରଙ୍ଗ-ଧଳା।

ମକର:ନୂତନ ଯୋଜନା କରି ସଫଳ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ରହିବେ। ମହିଳାମାନେ ଧର୍ମ ପରାୟଣ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅନୁଶାସନ ଭିତରେ ରହିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ-ନୀଳ।

କୁମ୍ଭ:କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ଅଭିଯୋଗ ଆସିପାରେ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିପାରନ୍ତି। ଶୁଭ ଅଙ୍କ- ୬,ଶୁଭ ରଙ୍ଗ-ସିଲଭର୍‌।

ମୀନ: ବିଭିନ୍ନ ଉପାୟରେ ଆୟ କରିବେ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲ୍‌ଡେନ୍‌।

Leave a comment