ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୪–୧୦–୨୦୨୨ )

ମେଷ: କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସମୟ ପୂର୍ବରୁ କାର୍ଯ୍ୟ ଶେଷକରିବା ପାଇଁ ଅଧିକ ପରିଶ୍ରମୀ ହେବାକୁ ପଡ଼ିବ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ନିଜ ବାକ୍ୟ ଉପରେ ଲଗାମ ରଖନ୍ତୁ।

ବୃଷ: ପ୍ରିୟଜନଙ୍କ ସହ ଭଲ ସମୟ ଅତିବାହିତ କରିବେ। ନୂତନ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଆର୍ଥିକ ସ୍ତରରେ ଲାଭବାନ ହେବେ। ବହୁ ଦିନର ବନ୍ଧୁଙ୍କ ସହ ଭେଟ ହୋଇପାରେ।

ମିଥୁନ: ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଅଧିକ ଚିନ୍ତା କରି ମୂଲ୍ୟବାନ ସମୟ ନଷ୍ଟ କରନ୍ତୁ ନାହିଁ। କୌଣସି ଭୁଲ୍‌ ନିଷ୍ପତ୍ତି ପାଇଁ ଆର୍ଥିକ ସଂକଟରେ ପଡ଼ିଯାଇପାରନ୍ତି।

କର୍କଟ: କିଛି ଖୁସି ଖବର ପାଇପାରନ୍ତି। ଜୀବନସାଥୀଙ୍କ ସହ ସମ୍ପର୍କରେ ସୁଧାର ଆସିବ। ସାଙ୍ଗସାଥୀଙ୍କ ସହ ମନୋରଞ୍ଜନ କରିବେ। ଅଯଥା ବ୍ୟୟରୁ ଦୂରେଇ ରୁହନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ସକାରାତ୍ମକ ଭାବନା ରଖି କାର୍ଯ୍ୟ କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ସମସ୍ତ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ ସମାପନ କରିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମୀ ହେବେ।

କନ୍ୟା: ନିଜ ସୃଜନଶୀଳତାର ପରିଚୟ ଦେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ।

ତୁଳା: ଦିନଟି ମଧ୍ୟମ ଧରଣର ରହିବ। କର୍ମକ୍ଷେତ୍ରରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ସାଙ୍ଗସାଥୀ ସହଯୋଗର ହାତ ବଢ଼ାଇବେ। ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ।

ବିଛା: ଅଳ୍ପ ପରିଶ୍ରମ କରି ଭଲ ଫଳ ପାଇବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ବିଭିନ୍ନ ଦିଗରୁ ସଫଳତା ପାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖା ଦେଇପାରେ।

ଧନୁ: ଆତ୍ମବିଶ୍ବାସ ବୃଦ୍ଧି ହେବାକୁ ଲାଗିବ। ବରୋଧୀମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି। ଅତ୍ୟଧିକ ଖର୍ଚ୍ଚକରି ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି।

ମକର: ବହୁଦିନର ଅପେକ୍ଷାର ପରିସମାପ୍ତି ଘଟିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅର୍ଥ ଆଗମନର ସୂଚନା ପାଇବେ। ସନ୍ତାନସନ୍ତତିଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: କୌଣସି ଶୁଭ ଖବର ପାଇପାରନ୍ତି। ଯୋଜନା ଫଳପ୍ରସୂ ହେବ। ସାଂସାରିକ ଧର୍ମାଦି କାର୍ଯ୍ୟରେ ମନ ରହିବ। ଚାକିରିରେ ନିଷ୍ଠାପର ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମୀନ: ନୂଆ ଯୋଜନା କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ନିଜର ଦୁର୍ବଳତା ପାଇଁ ଲଜ୍ଜିତ ହେବେ। କଠିନ ପରିସ୍ଥିତିର ମୁକାବିଲା କରିବେ। ପରିବାରବର୍ଗଙ୍କ ସହାୟତା ପାଇ ଆଗକୁ ବଢ଼ିବେ।

Leave A Reply

Your email address will not be published.