ଶୁକ୍ରବାର ରାଶିଫଳ ( ୧୧ – ୦୩- ୨୦୨୨ )

ମେଷ: ସମାଜରେ ଉତ୍ତମ ଆସନରେ ଅଂଳକୃତ ହେବେ । ରାଜନୀତିରେ ସକ୍ରିୟ ରହିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି ।

ବୃଷ: ଦିନଟି କର୍ମତତ୍ପର ରହିବେ । ଚାକିରିରେ ସହଯୋଗ ମିଳିବ । ପଡ଼ୋଶୀଙ୍କ ସହ ସୁସମ୍ପର୍କ ବଢ଼ିବ । ରାଜନୀତିରେ ସଫଳତା ପାଇବେ। ବାଣିଜ୍ୟରେ ଶୁଭ ଫଳ ମିଳିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ |

ଏଥିସହିତ ପଢ଼ନ୍ତୁ

ମିଥୁନ: ସମାଜରେ ସୁନାମ ପାଇବେ । ସାଂସାରିକ ସୁଖସନ୍ତୋଷ ପ୍ରାପ୍ତି ହେବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି।

କର୍କଟ: କାର୍ଯ୍ୟ ବିଳମ୍ବ ଓ ମନସ୍ତାପ ଦେଖାଦେବ। ଚାକିରିରେ ଅସହଯୋଗ ମନେ ହେବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ରହିବ। ବାଣିଜ୍ୟରେ ବ୍ୟୟବୃଦ୍ଧି ହେବ । ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା |

ସିଂହ: କର୍ମକ୍ଷେତ୍ରରେ ପ୍ରସିଦ୍ଧି ପାଇବେ। ଚାକିରିରେ ସ୍ବାଧୀନତା ରହିବ । ରାଜନୀତି ଓ ପ୍ରଶାସନିକ ସକ୍ରିୟ ରହିବେ । ପରିବହନ ଓ ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ । ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ-୩,ଶୁଭ ରଙ୍ଗ- ହଳଦିଆ ।

କନ୍ୟା: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ବ୍ୟସ୍ତବିବ୍ରତ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ |

ତୁଳା: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ । ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ଆକାଶୀ ।

ବିଛା: କର୍ମକ୍ଷେତ୍ରରେ ଆବଦ୍ଧଯୋଗ ମନେ ହେବ। ମହିଳାମାନେ ଚିନ୍ତାରେ ରହିବେ। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ବିବ୍ରତ ରହିବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍

ଧନୁ: କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇ ପାରନ୍ତି। ଚାକିରିରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ । ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ଭଲ ଲାଭ ମିଳିବ । ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ପିଙ୍କ୍।

ମକର: କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ପଡ଼ୋଶୀଙ୍କ ସହଯୋଗ ମିଳିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଅନୁଶାସନପ୍ରିୟ ହେବେ | ଶୁଭ ରଙ୍ଗ- ୮, ଶୁଭ ରଙ୍ଗ- ବାଇଗଣୀ ।

କୁମ୍ଭ: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଚାକିରିରେ ପ୍ରଶଂସିତ ହେବେ । ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ। ଶିକ୍ଷାର୍ଥୀ ସୁଫଳ ପାଇବେ । ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ସିଲ୍‌ଭର୍‌।

ମୀନ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ସାଂସାରିକ ଅଶାନ୍ତି ଓ କଳହ ରହିବ । ଚାକିରିରେ ହତୋତ୍ସାହ ରହିବେ । ବାଣିଜ୍ୟ ନୈରାଶ୍ୟଜନକ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୨,ଶୁଭ ରଙ୍ଗ- ଧଳା |

Leave a comment