ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୦୯-୦୪-୨୦୨୧)

ମେଷ:ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ସମୃଦ୍ଧି ହେବ।
ଶୁଭ ଅଙ୍କ-୯ ଶୁଭ ରଙ୍ଗ-ମେରୁନ୍

ବୃଷ:କର୍ମକ୍ଷେତ୍ରରେ ସୁନାମ ପାଇବେ। ସାଂସାରିକ ଉନ୍ନତି ହେବ। ମହିଳାମାନେ ଆଦରଣୀୟା ହେବେ। କଳା,ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ।
ଶୁଭ ଅଙ୍କ-୫ ଶୁଭ ରଙ୍ଗ-ସବୁଜ

ମିଥୁନ:ଘାତଚନ୍ଦ୍ର ପ୍ରଭାବରୁ ମରୀଚିକା ପଛରେ ଦୌଡ଼ିବା ଭଳି ସମୟ କଟିବ। ଚାକିରିରେ ଅସହଯୋଗ ରହିବ। ରାଜନୀତିରେ ସମସ୍ୟା ରହିବ। ବ୍ୟବସାୟ ପ୍ରତିକୂଳ ରହିବ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:ଦିନଟି ଅନିଶ୍ଚିତତା କାରଣରୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବ। ମହିଳାମାନେ ହତାଦର ହୋଇପାରନ୍ତି। ଚାକିରିରେ ଚାପ ରହିବ। ବାଣିଜ୍ୟରେ କ୍ଷତି ହୋଇପାରେ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ:କର୍ମକ୍ଷେତ୍ରରେ ସୁଖସମ୍ମାନ ପାଇବେ। ପଡୋଶୀଙ୍କ ସହଯୋଗ ପାଇବେ। ପ୍ରଶାସନିକ ଉତ୍ତମ ଆସନରେ ଅଳଙ୍କୃତ ହୋଇପାରନ୍ତି। ବାଣିଜ୍ୟରେ ଲାଭାନ୍ବିତ ହେବେ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

କନ୍ୟା:ଦିନଟି ବହୁ ଚେଷ୍ଟା କରି ଆଗେଇ ଚାଲିବେ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ସୁଖୀ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ତୁଳା:କର୍ମକ୍ଷେତ୍ରରେ ଖର୍ଚ୍ଚାନ୍ତ ଓ ଅଭାବ ଦେଖାଦେବ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଚିନ୍ତାରେ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:ଦିନଟି ଚଳଚଞ୍ଚଳ ରହିବେ। ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ସୁଖୀ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ବିଭିନ୍ନ ମାର୍ଗରେ ଆୟ ହେବ। ରାଜନୀତିରେ ପ୍ରସିଦ୍ଧି ପାଇବେ। ଚାକିରିରେ ଧନସମ୍ମାନ ମିଳିବ। ବାଣିଜ୍ୟରେ ଶୁଭଫଳ ମିଳିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର:କର୍ମକ୍ଷେତ୍ରରେ ସମସ୍ୟା ଘେରରେ ରହିବେ। ବ୍ୟୟବହୁଳତା ଓ ଅଭାବ ରହିବ। ମହିଳାମାନେ ବିରକ୍ତିମନା ହେବେ। ଶିଳ୍ପ ଓ ବାଣିଜ୍ୟ ମାନ୍ଦା ରହିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

କୁମ୍ଭ:ଦିନଟି ସୁଖଶାନ୍ତି ଭିତରେ କଟିବ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ପ୍ରଶାସନିକ ସୁନାମ ପାଇବେ। ବାଣିଜ୍ୟରେ ପ୍ରସାର ହେବ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମୀନ:ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ସାଂସାରିକ ଅଶାନ୍ତି ଦେଖାଦେବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଶିଳ୍ପ ଓ ବାଣିଜ୍ୟ ଚିନ୍ତାଜନକ ରହିବ।
ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave A Reply

Your email address will not be published.