ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୦୭–୧୦–୨୦୨୨ )

ମେଷ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରିବାରିକ ଅଶାନ୍ତି କଷ୍ଟ ଦେଇପାରେ। ନିବେଶ କରିବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନେଇ ଆଗକୁ ବଢ଼ିବେ।

ବୃଷ: ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବେ। ଜୀବନସାଥୀଙ୍କ ସହ ଭୁଲ୍‌ ବୁଝାମଣା ଦେଖାଦେଇପାରେ।

ମିଥୁନ: ଅନ୍ୟକୁ ଅଧିକ ଗୁରୁତ୍ବ ଦିଅନ୍ତୁ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅଧିକ ରୋଜଗାର ପାଇଁ ନିଜ ସୃଜନଶୀଳତା ଉପରେ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

କର୍କଟ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ସନ୍ତାନମାନେ ଆଶା କରିଥିବା ସ୍ନେହର ଅଧିକାରୀ ହେବେ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ଆଗକୁ ବଢ଼ିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ରହିପାରେ। ଅଯଥା କଥାରୁ ଦୂରେଇ ରୁହନ୍ତୁ। ନୂତନ ନିଯୁକ୍ତି ସୁଯୋଗ ରହିଛି।

କନ୍ୟା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବୁଝିବିଚାରି କାର୍ଯ୍ୟ କରନ୍ତୁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ମନରେ ସକାରାତ୍ମକ ଚିନ୍ତା ରଖନ୍ତୁ। କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ନୂତନ ନିବେଶ କରି ଲାଭବାନ ହେବେ।

ବିଛା: ନୂତନ କାର୍ଯ୍ୟ କରିବାର ଅବସର ପାଇବେ। ସମସ୍ୟାର ସମାଧାନ ଘଟିବ। ଗୁରୁଜନଙ୍କ ସହ ଅଧିକ ସମୟ କଟାଇବେ। ଅନେକ ଦିନର ଆଶା ପୂରଣ ହେବ।

ଧନୁ: ଗୁରୁଜନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ ନୂତନ ସହକର୍ମୀଙ୍କ ସହ ଘନିଷ୍ଠତା ବଢ଼ିପାରେ। ବନ୍ଧୁବର୍ଗଙ୍କଠାରୁ ସହଯୋଗ ପାଇବେ। ଅର୍ଥପ୍ରାପ୍ତିର ନୂତନ ମାର୍ଗ ଉନ୍ମୁକ୍ତ ହେବେ।

ମକର: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।

କୁମ୍ଭ: ସମାଜିକ ମିଳିମିଶା ବଢ଼ିବାକୁ ଲାଗିବ। ସାଙ୍ଗସାଥୀଙ୍କ ସହ ସମୟ ବିତିବ। କାର୍ଯ୍ୟରେ ମନୋନିବେଶ କରନ୍ତୁ। ଉଚ୍ଚପଦସ୍ତ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି କରିବା ସୁଯୋଗ ପାଇବେ।

ମୀନ: ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ। ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇ ପାରେ। ଆର୍ଥିକସ୍ଥିତି ମଜଭୁତ ରହିବ। ନୂତନ ଗୃହ କରିବାର ଯୋଗ ରହିଛି।

Leave A Reply

Your email address will not be published.