ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୦୬-୦୫-୨୦୨୨)

ମେଷ: ଆୟ କ୍ଷେତ୍ରରେ ନୂତନ ପଥ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଦେବେ। ଦିନଟିକୁ ମଙ୍ଗଳମୟ କରିବା ପାଇଁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ବୃଷ: ସାମାଜିକ କାର୍ଯ୍ୟରେ ମନ ଦେବେ। ନୂତନ ନିଯୁକ୍ତି ସୁଯୋଗ ଦେଖାଦେବ। ଚାକିରିରେ ପ୍ରଶଂସା ପାଇବେ। ବ୍ୟବସାୟରେ ଉତ୍ତମ ଫଳପ୍ରାପ୍ତି । ଦିନଟିକୁ ସୁଖମୟ କରିବା ପାଇଁ ଦୁର୍ଗା ମା’ଙ୍କ ପୂଜା କରନ୍ତୁ।

ମିଥୁନ: ଦିନଟି ଚିନ୍ତାରେ କଟିବ। ନୂତନ ସ୍ଥାନ ଭ୍ରମଣ କରି ପାରନ୍ତି। ଧର୍ମକାର୍ଯ୍ୟରେ ମନ ନିବେଶ କରିବେ। ବ୍ୟବସାୟ ଲାଭଜନକ ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଦିନଟିକୁ ମଙ୍ଗଳମୟ କରିବା ପାଇଁ ମା’ଲକ୍ଷ୍ମୀଙ୍କ ଅାରାଧନା କରନ୍ତୁ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ବ୍ୟବସାୟରେ ସୁଧାର ଆସିବ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ସୁଖମୟ ରହିବ। ବିଗିଡ଼ି ଯାଉଥିବା କାମକୁ ସମ୍ଭାଳି ନେବେ। ମହିଳାମାନେ ବ୍ୟସ୍ତ ରହିବେ। ହନୁମାନ ଚାଳିଶା ପଠନ କରନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ଘର ଲୋକଙ୍କର ଅାଶା ପୂରଣ କରିବାରେ ସଫଳ ହେବେ। କୌଣସି କ୍ଷେତ୍ରରୁ ଅର୍ଥ ଆଗମନର ସୁଯୋଗ ରହିଛି। ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ଗୋ’ ମାତାଙ୍କୁ ଖାଇବାକୁ ଦିଅନ୍ତୁ।

କନ୍ୟା: ମନରେ ନୂତନ ଆଶା ଦେଖାଦେବ। କର୍ମକ୍ଷେତ୍ରରେ ଆପଣଙ୍କ କଥାର ଗୁରୁତ୍ବ ରହିବ। ବନ୍ଧୁବାନ୍ଧବଙ୍କ ଦ୍ବାରା ଉପକୃତ ହେବେ। ଦିନଟିକୁ ମଙ୍ଗଳମୟ କରିବା ପାଇଁ ଶ୍ରୀଗଣେଶଙ୍କ ପାଖରେ ଲଡ଼ୁ ଭୋଗ କରନ୍ତୁ।

ତୁଳା: ସୁଖ ସନ୍ତୋଷରେ ଦିନଟି ଅତିବାହିତ ହେବ। ଦୈନନ୍ଦିନ କାର୍ଯ୍ୟରେ କିଛିଟା ପରିବର୍ତ୍ତନ ଦେଖାଦେବ। କଠିନ ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ବଦଳାଇ ପାରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ବିଛା: ସୁସ୍ଥ ଅନୁଭବ କରିବେ। ଅକାରଣେ ସୃଷ୍ଟି ହୋଇଥିବା ବାଧାଗୁଡ଼ିକ ଦୂରେଇ ଯିବ। ବିଦେଶରେ ରହୁଥିବା କୌଣସି ବନ୍ଧୁଙ୍କ ସହ ଭେଟ ହୋଇପାରେ। ନିମ୍ବପତ୍ରରେ ରାମନାମ ଲେଖି ନଦୀରେ ଭସାଇ ଦିଅନ୍ତୁ।

ଧନୁ: ଦିନଟି ଆପଣଙ୍କ ପାଇଁ ସମ୍ମାନ ଓ ସମୃଦ୍ଧି ଆଣି ଦେଇପାରେ। କର୍ମକ୍ଷେତ୍ରରେ ଭଲ କାମ କରିବେ। ବ୍ୟବସାୟରେ ଲାଭ ପାଇବେ । ଜୀବନସାଥୀଙ୍କୁ ମନର କଥା ପ୍ରକାଶ କରନ୍ତୁ।

ମକର: ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ପ୍ରେରଣା ପାଇ କାର୍ଯ୍ୟ କରିବେ। ଆର୍ଥିକ ସ୍ଥିତିରେ ବିରାଟ ପରିବର୍ତ୍ତନର ଯୋଗ ରହିଛି। ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ମା’ ତାରିଣୀଙ୍କୁ ଶାଢ଼ି ଅର୍ପଣ କରନ୍ତୁ।

କୁମ୍ଭ: ନିଜର ବୁଦ୍ଧି ବିଚାର ବଳରେ ପରିସ୍ଥିତକୁ ସମ୍ଭାଳି ନେବେ। ଭୁଲ୍‌ ବୁଝାମଣା ଫଳରେ ପରିବାରରେ ଦ୍ବନ୍ଦ୍ବ ଉପୁଜିପାରେ। ଅର୍ଥ କାରବାର ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ମା’ ସରସ୍ବତୀଙ୍କ ଆରାଧନା କରନ୍ତୁ।

ମୀନ: ଆଜି ମନ ମୁତାବକ କାର୍ଯ୍ୟ କରି ଖୁସି ରହିବେ। କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି। ପ୍ରେମ ଓ ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଭଲ ରହିବ। ଶିକ୍ଷା କ୍ଷେତ୍ରରେ ଆସିଥିବା ବାଧା ଦୂର ହେବ ।

Leave A Reply

Your email address will not be published.