ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୦୬-୦୧-୨୦୨୩ )

ମେଷ:   ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେବ। ପୁରୁଣାବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ପାଇବେ। ସକାରାତ୍ମକ ଭାବନା ରଖି ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ବୃଷ: ଅତ୍ୟଧିକ ଚିନ୍ତା କରି ମାନସିକ ଅଶାନ୍ତିରେ ପଡ଼ିପାରନ୍ତି। ଆପଣ ଆର୍ଥିକ କ୍ଷତି ସହି ପାରନ୍ତି। ପରିବାରଜନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେବେ। ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ।

ମିଥୁନ: ପରିବାରବର୍ଗଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସମୟର ସଦୁପଯୋଗ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରି ମାନସିକ ଶାନ୍ତି ପାଇବେ।

କର୍କଟ: କ୍ରୋଧ ଉପରେ ନୟନ୍ତ୍ରଣ ରଖନ୍ତୁ। ସମ୍ପର୍କୀୟମାନଙ୍କ ସହଯୋଗ କ୍ରମେ ଜୀବନରେ ନୂତନ ପରିବର୍ତ୍ତନ ଆସିବ। ମହିଳାମାନେ  ଆତ୍ମନିର୍ଭରଶୀଳ ହେବେ। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାଇପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ:  ସମାଜରେ ମାନସମ୍ମାନ ବୃଦ୍ଧି  ପାଇବ। ଯାତ୍ରା ସୁଖଦ ଏବଂ ଲାଭଦାୟକ ପ୍ରମାଣିତ ହେବ । ତର୍କ ବିତର୍କରୁ ଦୂରେଇ ରୁହନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ସ୍ବାଭାବିକ ରହିବ।

କନ୍ୟା: ନୂତନ ପରିସ୍ଥିତି ସହ ଖାପଖୁଆଇ ଚାଲିବେ। ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ମନୋବୃତ୍ତି ରଖିବେ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ଦୂରଯାତ୍ରା କରିପାରନ୍ତି।

ତୁଳା: ଭାବନାରେ ହଜି ରହିବେ। ପୂର୍ବନିର୍ଦ୍ଧାରିତ  କାର୍ଯ୍ୟ ସଂପୂର୍ଣ୍ଣ କରିବେ।  ନୂତନ  ବିନିଯୋଗ କରନ୍ତୁ ନାହିଁ।  ଅତିଥି ଆଗମନର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।

ବିଛା: ଅତ୍ୟଧିକ ଖର୍ଚ୍ଚ କରି ଚିନ୍ତାରେ ପଡ଼ିପାରନ୍ତି । ପାରିବାରିକ ଦାୟିତ୍ବ ସୁଚାରୁରୂପରେ ସମାପନା କରିବେ। ନୂତନ କାର୍ଯ୍ୟ ଶିଖିବାର ମଉକା ପାଇବେ। ସନ୍ତାନଙ୍କ ପାଇଁ ବ୍ୟଥିତ ହେବେ।

ଧନୁ:  ଗୁରୁଜନଙ୍କ  ପାଇଁ ଚିନ୍ତିତ ହୋଇପାରନ୍ତି। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ଧାର୍ମିକ ଚିନ୍ତାଧାରା ରଖି ଅସହାୟ ବ୍ୟକ୍ତିଙ୍କୁ ସାହଯ୍ୟ କରିବେ।

ମକର: ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ।  ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧୁର ହେବ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ। ନୂତନ ନିଯୁକ୍ତିର ସୁଯୋଗ ରହିଛି। ପରିବାର ସହ ଅଧିକ ସମୟ କଟାଇବେ।

କୁମ୍ଭ: ପାରିବାରିକ ସମସ୍ୟାରେ ଫସି ରହିବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ମହିଳାମାନେ ଆଳସ୍ୟତା ପାଇଁ କଷ୍ଟ ପାଇପାରନ୍ତି।

ମୀନ: ସକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରିବେ। ନିଜ ପ୍ରତିଭା ପାଇଁ ପ୍ରଶଂସିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ କିଛିଟା ଭୁଲ୍‌ ବୁଝାମଣା ଦେଖାଦେବ। ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ।

Leave A Reply

Your email address will not be published.