ଶୁକ୍ରବାର ରାଶିଫଳ (୦୫-୦୩-୨୦୨୧)

ମେଷ:ଦୁଃସ୍ଥାନରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ସମସ୍ୟା ବହୁଳତା କାରଣରୁ ବିଚଳିତ ରହିବେ। ଚାକିରିରେ ଶତ୍ରୁ ବୃଦ୍ଧି ହେବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ।  ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ:ଦିନଟି ପ୍ରସନ୍ନତା ଭିତରେ କଟିବ। ପ୍ରଶାସନିକ ଉଚ୍ଚ ପ୍ରଶଂସା ପାଇବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସନ୍ତୋଷଜନକ ରହିବ।  ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ଏଥିସହିତ ପଢ଼ନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ପରିଶ୍ରମ ମୁତାବକ ଫଳ ପାଇବେ। ଚାକିରିରେ ନିଷ୍ଠାପର ରହିବେ। ରାଜନୀତିରେ ଶତ୍ରୁ ଆୟତ୍ତାଧୀନ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ।  ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:ଦିନଟି କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବ। ମହିଳାମାନେ ଆଳସ୍ୟ ପରାୟଣା ରହିବେ। ବାଣିଜ୍ୟ ମାନ୍ଦା ରହିବ।  ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ସିଂହ:କର୍ମକ୍ଷେତ୍ରରେ ସହଯୋଗ ପାଇବେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ରାଜନୀତିରେ ସକ୍ରିୟ ରହିବେ। ଶିଳ୍ପ ଓ ବାଣିଜ୍ୟରେ ନୂତନ ପୁଞ୍ଜିନିବେଶ କରିପାରନ୍ତି। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ। ଚାକିରିରେ ପଦୋନ୍ନତି ହେବେ। ପ୍ରଶାସନିକ ଦକ୍ଷ ପ୍ରତିପାଦିତ ହେବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ତୁଳା:କୌଣସି ଆର୍ଥିକ କାରବାରକୁ ନେଇ ଅଶାନ୍ତି ଉପୁଜିପାରେ। ଦାମ୍ପତ୍ୟ ଭୁଲ ବୁଝାମଣା ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ପରିବହନ ଓ ବାଣିଜ୍ୟ ମନ୍ଥର ରହିବ।  ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ କରିବେ। ମହିଳାମାନେ ବସ୍ତ୍ରାଦି ଆଭୂଷଣ କ୍ରୟ କରିପାରନ୍ତି। ରାଜନୀତିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:ଆୟ ଭଲ ହେବ କିନ୍ତୁ ବ୍ୟୟ ଅଧିକ ହେବ। ଦୂରଯାତ୍ରା ହୋଇପାରେ। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ମକର:ସମାଜରେ ପ୍ରତିଷ୍ଠିତ ହେବେ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ପ୍ରଶାସନିକ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କୁମ୍ଭ:ଦଶମରେ ଚନ୍ଦ୍ରଙ୍କ ପାରଗମନ ହେତୁ କର୍ମକ୍ଷେତ୍ର ପରିସର ବୃଦ୍ଧି ପାଇବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟ ଭଲ ରହିବ। ଶୁଭ ଅଙ୍କ -୮,ଶୁଭ ରଙ୍ଗ-ବାଇଗଣୀ

ମୀନ:ଦିନଟି ଯୋଜନା କରି ସଫଳ ହେବେ। ଚାକିରିରେ ଦାୟିତ୍ବବୋଧ ଓ ସମ୍ମାନ ପାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭଜନକ ରହିବ।  ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

Leave a comment