ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୦୩-୦୬-୨୦୨୨)

ମେଷ: ଅନ୍ୟର କଥାକୁ ଗୁରୁତ୍ବ ଦିଅନ୍ତୁ ନାହିଁ। ମନୋରଞ୍ଜନରେ ଅଧିକ ଖର୍ଚ୍ଚ କରିବେ। କାର୍ଯ୍ୟଭାର ବଢ଼ିବାକୁୁ ଲାଗିବ। ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି।

ବୃଷ: କର୍ମକ୍ଷେତ୍ରରେ ଥିବା ଦାୟିତ୍ବକୁ ସୂଚାରୁରୂପରେ ସମାପନ କରିବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ। ପଦୋନ୍ନତିର ସୁଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ଆଗମନ ଘଟିବ।

ମିଥୁନ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅବସାଦରୁ ମୁକ୍ତି ପାଇବେ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଆଗୁଆ ରହିବେ।

କର୍କଟ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଆୟ ବଢ଼ିବାରେ ଲାଗିବ। ସହକର୍ମୀଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ଏଥିସହିତ ପଢ଼ନ୍ତୁ

ସିଂହ: ନିଜ ନିଷ୍ପତ୍ତିର ପରିବର୍ତ୍ତନ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି। ପରିବାରରେ ବିଦ୍ବେଷଭାବ ଦେଖାଯିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ବଳାଇବେ।

କନ୍ୟା: ଆଜି ଦିନରେ କିଛି ନୂଆ କରି ଦେଖାଇବେ। କର୍ମକ୍ଷେତ୍ରରେ ସମୟ ପୂର୍ବରୁ କାର୍ଯ୍ୟ ସମାପନ କରିବେ। ବରିଷ୍ଠ ଅଧିକାରୀଙ୍କଠାରୁ ପରାମର୍ଶ ପାଇବେ। ଅନ୍ୟକୁ ସାହାଯ୍ୟ କରି ଅଡୁଆରେ ପଡ଼ିବେ।

ତୁଳା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। କଠିନ ପରିଶ୍ରମ କରି ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବାଦବିବାଦରେ ପଡ଼ି ପାରନ୍ତି। ଜୀବନସାଥୀଙ୍କ ସ୍ବାସ୍ଥ୍ୟରେ ଅବନତି ହୋଇପାରେ।

ବିଛା: ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ। ଜୀବନସାଥୀଙ୍କ ସହଯୋଗ ପାଇବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ଧନୁ: ମନରେ ସକାରାତ୍ମକ ଚିନ୍ତା ରଖନ୍ତୁ। କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ନୂତନ ନିବେଶ କରି ଲାଭବାନ ହେବେ।

ମକର: ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। କର୍ମକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବେ। ପରିବାର ସହ ଅଧିକ ସମୟ କଟାଇବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ।

କୁମ୍ଭ: ପ୍ରିୟଜନଙ୍କ ପାଇଁ ସମ୍ବେଦନଶୀଳ ହୋଇ ପଡ଼ିବେ। ନୂତନ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ। ରାସ୍ତାରେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ।

ମୀନ: ଗୁରୁଜନଙ୍କ ପରାମର୍ଶରେ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ସୂଚାରୁରୂପରେ କରିବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ଆସିବ।

Leave A Reply

Your email address will not be published.