ଶୁକ୍ରବାର ରାଶିଫଳ ( ୦୩-୦୩-୨୦୨୩ )

ମେଷ: ଆଜି କିଛି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ। ପାରିବାରିକ ସହଯୋଗ ପାଇ ଆଗକୁ ବଢ଼ିବେ।
ବୃଷ: ଗୁରୁଜନଙ୍କ ଆଶୀର୍ବାଦ ପାଇ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।
ମିଥୁନ: ମାନସିକ ଶାନ୍ତି ପାଇଁ ଧ୍ୟାନ କେନ୍ଦ୍ରିତ କରିବେ। ବୁଦ୍ଧି ବଳରେ ଅପ୍ରୀତିକର ପରିସ୍ଥିତିରୁ ବର୍ତ୍ତିଯିବେ। ସାଙ୍ଗସାଥୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ମିଳିବ।
କର୍କଟ: ଦିନଟି ଉତ୍ସାହର ସହ କଟିବ। ବନ୍ଧୁବାନ୍ଧବଙ୍କ ସ୍ନେହ ପାଇବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ପ୍ରଶଂସିତ ହୋଇପାରନ୍ତି। ଅନ୍ୟ ଉପରେ ଅଧିକ ଭରସା କରି କ୍ଷତିରେ ପଡ଼ିବେ।
ସିଂହ: ବିଭିନ୍ନ ପ୍ରକାର ସମସ୍ୟା ମାନସିକ ଅବସାଦର କାରଣ ପାଲଟିପାରେ। ଦରକାରୀ କାଗଜପତ୍ରକୁ ନିଜ ଦାୟିତ୍ବରେ ରଖନ୍ତୁ। ପ୍ରିୟଜନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ।
କନ୍ୟା: ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରରେ ଉନ୍ନତି ଦେଖାଦେବ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ନୂତନ ନିଯୁକ୍ତି ସୁଯୋଗ ରହିଛି।
ତୁଳା: ବିଭିନ୍ନ ପ୍ରକାର କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଅକସ୍ମାତ ଖର୍ଚ୍ଚାନ୍ତ ହୋଇପାରନ୍ତି। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟ ଉନ୍ନତି ପାଇଁ ନୂତନ ରାସ୍ତା ପାଇବେ।
ବିଛା: ପରିବାର ସହ ଅଧିକ ସମୟ କଟାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ କରିପାରନ୍ତି। ଜୀବନରେ ନୂତନ ମୋଡ଼ ଦେଖାଦେବ। ଧର୍ମ ପ୍ରତି ରୁଚି ବଢ଼ିବାକୁ ଲାଗିବାକୁ ।
ଧନୁ: ନକାରାତ୍ମକ ଚିନ୍ତା କରି ମାନସିକ ଅଶାନ୍ତିର ଶିକାର ହେବେ। ଆର୍ଥିକ ଅବସ୍ଥାରେ ସ୍ବଚ୍ଛଳତା ଦେଖାଦେଇପାରେ। ପ୍ରିୟ ବ୍ୟକ୍ତିଙ୍କୁ ମନକଥା କହି ସନ୍ତୋଷ ପାଇବେ।
ମକର: ଲୋକପ୍ରିୟତା ହାସଲ କରିବେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧୁର ରହିବ। କୌଣସି ଶୁଭ ଖବର ପାଇ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
କୁମ୍ଭ: ଅଟକି ଯାଇଥିବା କାର୍ଯ୍ୟ ପୂରଣ ହେବ। ଭ୍ରମଣଯୋଗ ରହିଛି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁରୂପରେ ତୁଲାଇବେ। ଭବିଷ୍ୟତ ପାଇଁ ଯୋଜନା କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମୀନ: ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ। ସମାଜରେ ମାନସମ୍ମାନ ପାଇବେ। କଠିନ ପରିଶ୍ରମ କରି ସଫଳତା ପାଇବେ। ପରିବାରରେ ହର୍ଷୋଲ୍ଲାସ ଦେଖାଦେବ। ଅର୍ଥପ୍ରାପ୍ତିର ଯୋଗ ରହିଛି।