ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୦୧–୦୭–୨୦୨୨ )

ମେଷ: ବାଧ୍ୟତାମୂଳକ କାର୍ଯ୍ୟ କରି ମାନସିକ ଅଶାନ୍ତିରେ ରହିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କର୍ମକ୍ଷେତ୍ରରେ ପ୍ରତିଭାର ପ୍ରଦର୍ଶନ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

ବୃଷ: ଧୈର୍ଯ୍ୟର ସହ କାର୍ଯ୍ୟକରି ସଫଳ ହେବେ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। ପ୍ରିୟଜନଙ୍କୁ ନେଇ ଚିନ୍ତିତ ରହିବେ। ଆୟ ଓ ବ୍ୟୟ ସମାନ ରହିବ। ଦୂରଯାତ୍ରା ଯୋଗ ରହିଛି।

ମିଥୁନ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଆର୍ଥିକ ଅବନତି କାରଣରୁ ଚିନ୍ତିତ ରହିବେ। କ୍ୟାରିୟରରେ ସଫଳତା ପାଇଁ ନୂତନ ପଥ ଖୋଜିବେ।

କର୍କଟ: କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ସନ୍ତାନସନ୍ତତିଙ୍କ ପାଇଁ ଭିନ୍ନ ଚିନ୍ତାଧାରା ରଖିବେ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବିଭିନ୍ନ ଉପାୟରେ ଆୟ କରିବାରେ ସକ୍ଷମ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଶାନ୍ତ ସ୍ବଭାବ ପାଇଁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହେବେ। କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ଚଳଚଞ୍ଚଳ ରହିବେ । ମହିଳାମାନେ ଆତ୍ମନିର୍ଭରଶୀଳ ରହିବେ।

କନ୍ୟା: ବନ୍ଧୁବାନ୍ଧବଙ୍କ ଆଗମନରେ ମନ ପ୍ରସନ୍ନ ରହିବ। ଉଭୟେ ପ୍ରେମ ଓ ସାଂସାରିକ ଜୀବନରେ ଉତ୍ତମ ବୁଝାମଣା ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଅକ୍ଳେଶରେ ସମ୍ପାଦନ କରିବେ।

ତୁଳା: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଳସ୍ୟତା ଅନୁଭବ କରିବେ। କର୍ମକ୍ଷେତ୍ରରେ ମହିଳାମାନେ ପ୍ରଭାବଶାଳୀ ରହିବେ। ଗୁରୁଜନଙ୍କ ଆଶୀର୍ବାଦର ଅଧିକାରୀ ହେବେ। ଅନାବଶ୍ୟକ ନିବେଶରୁ ଦୂରେଇ ରୁହନ୍ତୁ।

ବିଛା: ପ୍ରିୟଜନଙ୍କୁ ମନର କଥା କହି ଅାତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।

ଧନୁ: ବ୍ୟୟ ବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ। ମନର ପରିକଳ୍ପନା ସାକାର ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ମକର: ଆଶା କରଥିବା ଦିଗରୁ ବିଫଳତା ପାଇପାରନ୍ତି। ଦାୟିତ୍ବଭାର ବଢ଼ିବାରୁ ବ୍ୟସ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

କୁମ୍ଭ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ।

ମୀନ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଆୟର ନୂତନ ପଥ ଉନ୍ମୁକ୍ତ ହେବ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବିସ୍ତାର କରିବେ।

Leave A Reply

Your email address will not be published.