ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୦୨ – ୧୨ – ୨୦୨୨ )

ମେଷ: ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବ୍ୟବସାୟରେ ଆଶା ଅନୁସାରେ ଫଳ ପାଇବେ ନାହିଁ।

ବୃଷ: ଦୀର୍ଘଦିନର ଆଶା ପୂରଣ ହେବ। ବରିଷ୍ଠ ବ୍ୟକ୍ତିଙ୍କ ସହ ମିଳାମିଶା ବଢ଼ିବ। ବ୍ୟବସାୟର ପ୍ରସାର ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରିପାରନ୍ତି। କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ମିଥୁନ : ପରିବାରରେ ବାଦବିବାଦ ପରିସ୍ଥିତି ଉପୁଜିପାରେ। ବ୍ୟବସାୟରେ ପ୍ରସାର ହେବ। ନିଜ ବୁଦ୍ଧିରେ କାର୍ଯ୍ୟ କରି ସଫଳତା ପାଇବେ। ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟକୁ ପୂରଣ କରିବା ପାଇଁ ପରିଶ୍ରମୀ ହେବେ।

କର୍କଟ: ଅନୁଭବୀ ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇବେ। ପରିବାର ସଦସ୍ୟଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିପାରନ୍ତି। ବନ୍ଧୁବାନ୍ଧବଙ୍କ ପସନ୍ଦ ଅନୁଯାୟୀ କିଛି କାର୍ଯ୍ୟ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ମଧ୍ୟମ ଧରଣର ରହିବ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ। ବ୍ୟବସାୟରେ କ୍ଷତି ସହିପାରନ୍ତି। ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟ କରିବେ।

କନ୍ୟା: ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ଦେଖାଦେବ। ରୋଜଗାରର ନୂତନ ପଥ ପାଇବେ। ସହକର୍ମୀଙ୍କୁ ମନକଥା କହି ସନ୍ତୋଷ ଲାଭ କରିବେ। ସନ୍ତାନସନ୍ତତିଙ୍କର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ଆତ୍ମବିଶ୍ବାସର ସହ କାର୍ଯ୍ୟ କରି ସଫଳତା ପାଇବେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ଆବଶ୍ୟକ ମୁତାବକ ଖର୍ଚ୍ଚ କରନ୍ତୁ। ଆୟବୃଦ୍ଧି ପାଇବାରୁ ସନ୍ତୋଷ ଅନୁଭବ କରିବେ।

ବିଛା: ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ କରି ପ୍ରଶଂସା ପାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ଧନୁ: ଅଡୁଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖାଦେଇପାରେ। ବଡ଼ ସମସ୍ୟାରୁ ମୁକ୍ତି ପାଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ମକର: ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାଇଭଉଣୀଙ୍କ ଦାୟିତ୍ବଭାର ନେବେ। ଦାମ୍ପତ୍ୟ ଓ ପ୍ରେମ ଜୀବନରେ ମଧୁରତା ବଢ଼ିବ। କର୍ମକ୍ଷେତ୍ରରେ ସୁଚାରୁରୂପରେ କାର୍ଯ୍ୟ କରିବେ।

କୁମ୍ଭ: ଆଶାଠାରୁ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ କିଛି ଭିନ୍ନ କରି ପ୍ରଶଂସା ସାଉଁଟିବେ। ଗୁରୁଜନଙ୍କ ପରାମର୍ଶ ପାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ।

ମୀନ: ଭବିଷ୍ୟତ ପାଇଁ ଯୋଜନା କରିବେ। ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ହୋଇପଡ଼ିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବନ୍ଧୁବାନ୍ଧବଙ୍କ ସହ ମନୋମାଳିନ୍ୟ ହୋଇପାେର। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।

Leave A Reply

Your email address will not be published.