ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରୁଛି ମାଗଣା ଟିକାର ଅବଧି, ତୁରନ୍ତ ବୁଷ୍ଟର ଡୋଜ୍ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଆହ୍ୱାନ

ଭୁବନେଶ୍ୱର: ମାଗଣା ଟିକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି । ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି, ଏହା ପୂର୍ବରୁ ତୁରନ୍ତ ବୁଷ୍ଟର ଡୋଜ୍ ନେଇଯିବା ଲାଗି ସମସ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ତୁରନ୍ତ ଟୀକା ନେଇଯିବା ଲାଗି ସମସ୍ତଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ରାଜ୍ୟରେ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ପ୍ରିକସନ ଡୋଜ ନେଇଛନ୍ତି । ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଇଛନ୍ତି ୨୩ ଲକ୍ଷ ୩୨ ହଜାର ଲୋକ । ଏହାସହିତ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉ ନ ଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.