ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

BSKY ସ୍ମାର୍ଟକାର୍ଡ଼ରେ ନ ଥିଲା ନାଁ : ଟ୍ବିଟ କରିବାର ୨୦ ମିନିଟ୍‌ ମଧ୍ୟରେ ହେଲା ସମସ୍ୟାର ସମାଧାନ

ଭୁବନେଶ୍ବର : ବିଏସ୍‍କେୱାଇ ସ୍ମାର୍ଟ କାର୍ଡ ବର୍ତ୍ତମାନ ରାଜ୍ୟର ସାଧାରଣ ଲୋକଙ୍କ ଜୀବନରେଖା ସାଜିଛି। ଦୈନିକ ରାଜ୍ୟର କୋଣ ଅନୁକୋଣର ଗରିବ ଲୋକମାନେ ଏହାଦ୍ୱାରା ଉପକୃତ ହେଉଥିବା ବେଳେ ଏହା ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରିଛି। ଏହାର ସଦ୍ୟତମ ଉଦାହରଣ ଆଜି ଦେଖିବାକୁ ମିଳିଛି। ଯାଜପୁର ବିଞ୍ଝାରପୁରର ଅଞ୍ଚଳର ଜଣେ ୭ ବର୍ଷର ଶିଶୁ ଆଶୁତୋଷ ପଣ୍ଡା ବ୍ରେନ୍‌ ଟ୍ୟୁମର ଚିକିତ୍ସା ପାଇଁ ଭୁବନେଶ୍ବର ଏମସ୍‌ରେ ଆଡମିଟ୍‌ ହୋଇଥିଲେ। କିନ୍ତୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଶୁତୋଷଙ୍କ ନାମ ପଞ୍ଜିକୃତ ନଥିବାରୁ ସୁଲଭ ଚିକିତ୍ସାରୁ ବଞ୍ଚିତ ଥିଲେ।

ଏନେଇ ଜଣେ ଯୁବ ସମାଜସେବୀ ଅହମ୍ମଦ ଖାନ୍‌ ଟ୍ବିଟ କରି ଜଣାଇଥିଲେ। ଅହମ୍ମଦ ଖାନ୍‌ଙ୍କ ଟ୍ବିଟ ପରେ ଅନ୍ୟ ଜଣେ ଯୁବ ସମାଜସେବୀ ସୌମ୍ୟରଞ୍ଜନ ଶିଶୁଟିର ଆଧାର କାର୍ଡ ମାଗିବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ୫ଟି ସଚିବଙ୍କ ହସ୍ତକ୍ଷେପ ଲୋଡିିଥିଲେ। ଟ୍ବିଟ୍ କରି ସରକାରଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ଆକ୍ସନ ନେଇଛନ୍ତି ସରକାର। ଟ୍ବିଟ କରିବାର ୨୦ ମିନିଟ ମଧ୍ୟରେ ଆଶୁତୋଷଙ୍କ ନାଁକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି। ଯାହା ଫଳରେ ଏବେ ୭ ବର୍ଷର ଶିଶୁ ଆଶୁତୋଷ ପଣ୍ଡା ସୁଲଭ ଚିକିତ୍ସା ପାଇପାରିବେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ୫ଟି ସଚିବଙ୍କ ହସ୍ତକ୍ଷେପ, ଏଥି ସହିତ ଜିଲ୍ଲା ପ୍ରଶାସନ ଏବଂ ଯୁବ ସମାଜସେବୀଙ୍କ ସହଯୋଗ ପାଇଁ ଯାଜପୁର ବିଞ୍ଝାରପୁରର ଅଞ୍ଚଳର ଜଣେ ୭ ବର୍ଷର ଶିଶୁ ଆଶୁତୋଷ ପଣ୍ଡା ବ୍ରେନ୍‌ ଟ୍ୟୁମର ସୁଲଭ ଚିକିତ୍ସା ପାଇପାରିବ। ଯାହାକୁ ନେଇ ଆଶୁତୋଷଙ୍କ ପରିବାର ଖୁସିବ୍ୟକ୍ତ କରିଥିବା ବେଳେ ବିପଦ ସମୟରେ ତତ୍କାଳ ସାହାଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟ୍ବିଟରେ ଧନ୍ୟବାଦ ସୁଅ ଛୁଟିଛି।

Leave A Reply

Your email address will not be published.