ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସକାଳ, ନନ୍ଦିଘୋଷ ଟିଭି ଓ ସଦଗୁରୁ ହସ୍ପିଟାଲର ନୂଆ ପ୍ରୟାସ, ଖବରକାଗଜ ହକରଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର

କଟକ: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଦୈନିକ ଖବର କାଗଜ ସକାଳ, ନନ୍ଦିଘୋଷ ଟିଭି ଓ ସଦଗୁରୁ ହସ୍ପିଟାଲ ପକ୍ଷରୁ ଖବରକାଗଜ ହକରଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ବାଦାମବାଡ଼ି ବସଷ୍ଟାଣ୍ଡ ପ୍ରତୀକ୍ଷାଳୟରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଖବରକାଗଜ ହକରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରଥମ ଥର ପାଇଁ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଇସିଜି ମେସିନ ସାହାଯ୍ୟରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ୮୦ରୁ ଅଧିକ ହକର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ଏହି ସ୍ୱାସ୍ଥ୍ୟ ଶିବିରରେ ସକାଳର ସିଇଓ ସୁବ୍ରତ ଦାସ ଓ ସଦଗୁରୁ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ରାହୁଲ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ ସକାଳ ଖବରକାଗଜର ସର୍କୁଲେସନ ଦାୟିତ୍ୱରେ ଥିବା ପ୍ରଫୁଲ୍ଲ ମହାନ୍ତି । ବାଦାମବାଡ଼ି ବସଷ୍ଟାଣ୍ଡ ପରିସରରେ ଖବରକାଗଜ ହକରଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ସେମାନେ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି । ମଝିରେ ମଝିରେ ଏହିପରି ଶିବିର ଆୟୋଜନ ପାଇଁ ସେମାନେ ଅନୁରୋଧ କରିଥିଲେ ।

ଖବରକାଗଜ ହକରଙ୍କ ପାଇଁ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣର ସାଧାରଣ ଲୋକ ଖବର ପାଇପାରୁଛନ୍ତି । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିହାତି ଜରୁରୀ ବୋଲି ସକାଳର ସିଇଓ ସୁବ୍ରତ ଦାସ କହିଥିଲେ । ଆଗାମୀ ଦିନରେ ସକାଳ ଓ ନନ୍ଦିଘୋଷ ଟିଭି ଯେଉଁ ସ୍ଥାନରେ ଯେଉଁମାନଙ୍କୁ ନେଇ ସ୍ବାସ୍ଥ୍ୟ ଶିବିର କରିବାକୁ ଇଚ୍ଛା ପ୍ରକାଶ କରିବେ, ସେନେଇ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସଦଗୁରୁ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ରାହୁଲ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.