ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଭିନ୍ନ ଆଳରେ ସ୍ମାର୍ଟ ସିଟିର ପାଠୁଆଙ୍କୁ ଲୁଟୁଛନ୍ତି ଅଣଓଡ଼ିଆ ଠକ; ଚିନ୍ତାରେ କମିସନରେଟ୍‍ ପୁଲିସ

ଭୁବନେଶ୍ୱର: ସ୍ମାର୍ଟ ସିଟିର ସ୍ମାର୍ଟଲୋକ ଅର୍ଥାତ୍‍ ପାଠୁଆଙ୍କୁ ଚୂନ ଲଗାଉଛନ୍ତି ଯାଯାବର। ରୋଜଗାର ଅନ୍ୱେଷଣରେ ଭୁବନେଶ୍ୱର ଆସିବା ପରେ ଏଠାରେ କରୁଛନ୍ତି ରାଜୁତି। ଆଉ ବିଛାଉଛନ୍ତି ଠକେଇର ଜାଲ। କାହାକୁ ପୋଖରୀରେ ଥିବା ଦଳକୁ ଆଣି ରଙ୍ଗ ବୋଳି ଫୁଲ କହି ବିକ୍ରି କରୁଛନ୍ତି ତ, ଆଉ କାହାକୁ ପାୱାରବ୍ୟାଙ୍କ୍‍ ରେ କାଦୁଅ ଭର୍ତ୍ତି କରି ବିକ୍ରି କରୁଛନ୍ତି। ସେଭଳି କେଉଁଠି ପୁରୁଣା ଶାଢ଼ି ବିକ୍ରି କରୁଛନ୍ତି ତ ଆଉ କେଉଁଠି ବାସ୍ତୁ ଦୋଷ ଲାଗି ରତ୍ନପଥର ଦେବା ଆଳରେ ଲୁଟୁଛନ୍ତି ଅଣଓଡ଼ିଆ ଠକ। ରାଜଧାନୀରୁ ଏପରି କିଛି ଠକେଇ ଚିତ୍ର ପଦାକୁ ଆସିବା ପରେ ଚିନ୍ତାରେ କମିସନରେଟ୍‍ ପୁଲିସ। ଆଉ ସହରୀ ଲୋକଙ୍କୁ ଭୁଆଁ ବୁଲାଇ ବିକ୍ରି କରୁଛନ୍ତି।

ମଙ୍ଗଳବାର ବେଙ୍ଗାଲୁରୁର ନାସିକ୍‍ରୁ ଫୁଲ ଗଛ ଆସିଥିବା କହି ପୋଖରୀରୁ ଦଳକୁ ଆଣିବା ପରେ ଅଧା କାଟି ରଙ୍ଗ ଦେଇ ଦାମୀ ଫୁଲ ସଜେଇ ବିକ୍ରି କରୁଥିଲେ। ୫ଟି ଗଛକୁ ୧୦୦ ଟଙ୍କାରେ ବିକ୍ରି କରୁଥିଲେ ଏହି ଅଣଓଡ଼ିଆ ମହିଳା। ସେହିପରି କିଛି ଦିନ ତଳେ ପାୱାର ବ୍ୟାଙ୍କ୍‍ ଭିତରେ କାଦୁଅ ଭର୍ତ୍ତି କରି ବିକ୍ରି କରୁଥିବା ଏକ ଗ୍ୟାଙ୍ଗ୍‍କୁ ଠାବ କରିଥିଲା କ୍ୟାପିଟାଲ ଥାନା ପୁଲିସ। ଏହି ଘଟଣାରେ ୨ ଅଣଓଡ଼ିଆ ମହିଳା ମହାରାଷ୍ଟ୍ରର ଆଶାସଞ୍ଜୁ ଯାଦବ, ନିର୍ମଳ ଦେବଦାସ ଯାଦବଙ୍କୁ ଗିରଫ କରିବା ସହ ୧୫ଟି ପାୱାର ବ୍ୟାଙ୍କ୍‍ ଜବତ ହୋଇଥିଲା। ଅଚଳ ପାୱାର ବ୍ୟାଙ୍କ୍‍ଗୁଡ଼ିକ ଭିତରେ କାଦୁଅ ଭର୍ତ୍ତି କରି ୫୦୦ ଟଙ୍କାରେ ବିକ୍ରି କରୁଥିଲେ। ସେଭଳି ରାଜସ୍ଥାନୀ ଲୁଗା ଦେଇ ମହିଳାଙ୍କୁ ଚୂନ ଲଗାଉଥିଲେ ଯାଯାବର। ୩ଟି ଶାଢ଼ି ବିକ୍ରି କରି ଦେଇଥିଲେ ମହିଳାଙ୍କୁ। ଗୋଟିଏ ଦିନ ପିନ୍ଧିବା ପରେ ସେଥିରୁ ରଙ୍ଗ ବାହାରିଯିବା ସହ ଭିତର ଫଟା ଥିଲା। ଏଣୁ ଅଣଓଡ଼ିଆ ଯୁବକକୁ ଠାବ କରିବା ପରେ ପଦାକୁ ଆସିଥିଲା ସାଂଘାତିକ ସତ। ଫଟା ଶାଢ଼ିକୁ ଆଣି କମ୍‍ ମୂଲ୍ୟରେ ବିକ୍ରି କରି ଦେଉଥିଲେ ଏହି ଗ୍ୟାଙ୍ଗ୍‍। ସେହିଭଳି ବାବା ବେଶଧାରୀ ଅଣଓଡ଼ିଆ ବାସ୍ତୁ ଦୋଷ କଟିବା ଲାଗି ରତ୍ନପଥର ଦେଇ ଚଳୁ କରୁଛନ୍ତି ଟଙ୍କା। ଗ୍ରହ ଶାନ୍ତ ନ କଲେ ଆଗକୁ ଭୟାନକ ପରିସ୍ଥିତି ସୃଷ୍ଟି ହେବ। ଅମୂକ ରତ୍ନପଥର ଆଙ୍ଗୁଠିରେ ଧାରଣ କଲେ ସବୁ ଦୋଷ କଟିଯିବ କହି ପଥର ଧରାଇ ଛୁ ହୋଇଯାଇଥିବା ଏକ ଗ୍ୟାଙ୍ଗ୍‍କୁ ଠାବ କରିଥିଲା ଚନ୍ଦକା ଥାନା ପୁଲିସ। ସେମାନଙ୍କଠାରୁ ରଙ୍ଗବୋଳା ପଥର ଜବତ କରିଥିଲା।

ଅନ୍ୟପଟେ ଏଥର ମହାଆଡ଼ମ୍ବରରେ ପାଳନ ହେବ ଦୁର୍ଗାପୂଜା ସମେତ ବିଭିନ୍ନ ପୂଜା। ଏଣୁ ଏବେଠାରୁ ରାଜଧାନୀରେ ଡେରା ପକାଇଲେଣି ଅଣଓଡ଼ିଆ ମହିଳା ଓ ପୁରୁଷ। ପିଲାଛୁଆଙ୍କ ଧରି ଭୁବନେଶ୍ୱରରେ ଛାଇ ହୋଇଗଲେଣି। କିଏ ଓଭରବ୍ରିଜ୍‍ ତଳେ ତ ଆଉ କିଏ ବସ୍ତିରେ ଭଡ଼ା ନେଇ ରହୁଛନ୍ତି। ଆଉ ବିହାର, ନାଗପୁର, ରାଜସ୍ଥାନ, କୋଲକାତା ଆଦି ଭଳି ରାଜ୍ୟରୁ ଧାଇଁ ଆସିଛନ୍ତି ଅଣଓଡ଼ିଆ। ପୁରୁଷମାନେ ଚୋରି, ଡକାୟତି ଓ ଲୁଟ୍‍ପାଟ୍‍ ସହ ବିଭିନ୍ନ ଅପରାଧରେ ମଧ୍ୟ ସମ୍ପୃକ୍ତି ରହୁଛନ୍ତି। ଆଉ ମହିଳା ଓ କୁନି ପିଲାମାନେ ବେଲୁନ୍‍, କଲମ, ଖେଳନା, ଗାଡ଼ିର ଲଗାଯାଉଥିବା ସାମଗ୍ରୀ ଧରି ବିକ୍ରି କରୁଛନ୍ତି।

Leave A Reply

Your email address will not be published.