ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରାଭେଲ୍‍ ପ୍ୟାକେଜ୍‍ ଆଳରେ ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଲକ୍ଷେ ଟଙ୍କା ଚୂନ ଲଗେଇଲେ ଠକ

ଭୁବନେଶ୍ୱର: ଆର୍ମିର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଠକ ଚୂନ ଲଗାଇଛନ୍ତି। ତାଙ୍କୁ ସ୍ପଳ୍ପ ଦରରେ ସାରା ଭାରତରେ ଥିବା ବିଭିନ୍ନ ହୋଟେଲରେ ରହିବାକୁ ଲୋଭ ଦେଖାଇ ୧ ଲକ୍ଷ ୨୫୦୦ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା କର୍ଣ୍ଣେଲ ୟୁଏସ୍‍ ପାରମାର। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତନାଘନା କରୁଛି।

ଅଭିଯୋଗ ଅନୁସାରେ, ଗତ ସେପ୍ଟମ୍ବର ୧୩ ତାରିଖରେ ଏକ ହୋଟେଲରୁ ତାଙ୍କ ନିକଟକୁ ଏକ ଫୋନ୍‍ କଲ୍‍ ଆସିଥିଲା। ଉକ୍ତ ହୋଟେଲରେ ଭଲ ଡ୍ରାଭେଲ୍‍ ସୁବିଧା ରହିଛି। ଏଣୁ କଫି ପିଇ ହୋଟେଲ ଅଫର ସମ୍ପର୍କରେ ଜାଣିବା ଲାଗି ହୋଟେଲ ପକ୍ଷରୁ ଡକରା ଆସିଥିଲା। ପରେ କର୍ଣ୍ଣେଲ ଓ ତାଙ୍କ ପତ୍ନୀ ଯାଇ ଏକ ହୋଟେଲରେ ସୌରଭ କୁମାର ଏବଂ ଅହମଦଙ୍କ ସହ କଫି ପିଇ ଆଲୋଚନା କରିଥିଲେ। ଏକ ଲକ୍ଷ ଟଙ୍କାରେ ୫ବର୍ଷ ଲାଗି ୫୦ଦିନ ତାଙ୍କ ହୋଟେଲରେ ରହି ପାରିବେ ବୋଲି କହିଥିଲେ। ଏପରିକି କ୍ରେଡିଟ୍‍ କାର୍ଡରେ ଇଏମ୍‍ଆଇ ସୁବିଧା ମଧ୍ୟ ରହିଥିବା କହିଥିଲେ। ଏହା ଶୁଣିବା ପରେ କର୍ଣ୍ଣେଲ ଏହି ଅଫରରେ ରାଜି ହୋଇ ତାଙ୍କ କ୍ରେଡିଟ୍‍ କାର୍ଡରେ ପ୍ରଥମ ଇଏମ୍‍ଆଇ ଆକାରରେ ୪ହଜାର ୨୭୧ ଟଙ୍କା କଟିବ ବୋଲି କହିଥିଲେ। କର୍ଣ୍ଣେଲ କାର୍ଡ ଦେବା ପରେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୨୫୦୦ ଟଙ୍କା କାଟି ନେଇଥିଲେ। ଏନେଇ କର୍ଣ୍ଣେଲ ପଚାରିବାରୁୁ ଭୁଲ୍‍ ରେ କଟି ଯାଇଛି ଏବଂ ଟଙ୍କା ଫେରିଆସିବ ବୋଲି କହିଥିଲେ।

ମାତ୍ର କର୍ଣ୍ଣେଲ ତାଙ୍କ କଷ୍ଟମର କେୟାରକୁ ଫୋନ୍‍ କରି ପଚାରିବା ପରେ ସେମାନେ ଭିନ୍ନ କଥା କହିଥିଲେ। ୫ ବର୍ଷରେ ୫୦ ଦିନ ହୋଟେଲରେ ରହିବା କଥା ଭୁଲ ୧୦ ବର୍ଷ ମଧ୍ୟରେ ୫୦ ଦିନ ରହିବାର ସୁବିଧା ମିଳିବ ବୋଲି କହିଥିଲେ। ଏଥିରେ ପୁଣି ଭିନ୍ନ ନିୟମ ରହିଛି ବୋଲି କହିଥିଲେ। ଏହା ଶୁଣିବା ପରେ କର୍ଣ୍ଣେଲ ତାଙ୍କର ଟଙ୍କା ଫେରାଇ ଦେବାକୁ କହିଥିଲେ। ଏପରିକି ଉକ୍ତ ହୋଟେଲ ସଂସ୍ଥାକୁ ଚିଠି ଲେଖିବା ସହ ଫୋନ୍‍ କରି ପଚାରି ବୁଝିଥିଲେ। ହେଲେ ହୋଟେଲ ପକ୍ଷରୁ କୁହାଯାଇଥିଲା ଯେ ୩୨ ପ୍ରତିଶତ କାଟି ୬୮ ପ୍ରତିଶତ ଟଙ୍କା ଫେରାଇବେ ବୋଲି କହିଥିଲେ। ଏହା ଶୁଣି କର୍ଣ୍ଣେଲ ଏଥିରେ ରାଜି ହୋଇଯାଇଥିଲେ। ହେଲେ ଉକ୍ତ ହୋଟେଲ ସଂସ୍ଥା ଟଙ୍କା ଫେରାଇ ନ ଥିଲେ। ଶେଷରେ କର୍ଣ୍ଣେଲ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.