ଚାକିରି ଦେବା ନାଁରେ ଠକେଇ, ୪ ସାଇବର ଠକକୁ ଗିରଫ କଲା ପୁଲିସ

ଭୁବନେଶ୍ବର: ଏମ୍ସରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ୪ ଜଣ ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୁଲିସ। ଫେସବୁକରେ ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲେ ସାଇବର ଲୁଟେରା । ୩ ଜଣ ଅଭିଯୋଗକାରୀଙ୍କ ଠାରୁ ୨.୫ ଲକ୍ଷ ତାଙ୍କ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଟଙ୍କା, ଲାପଟପ, ମୋବାଇଲ, ପ୍ରି-ଆକ୍ଟିଭେଟେଡ଼ ସିମ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନିଜକୁ ଡାକ୍ତର ପରିଚୟ ଦେଇ ଫେସବୁକରେ ଏମ୍ସ ଭଳି ପ୍ରତିଷ୍ଠିତ ମେଡିକାଲରେ ଚାକିରି କରେଇଦେବାକୁ ମିଛ ବିଜ୍ଞାପନ ଦେଉଥିଲେ। ଏମିତିକି ମିଛ ଜଏନିଂ ଲେଟର ଦେଇ ଟଙ୍କା ଠକୁଥିଲେ। ଯାହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଛି।