ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶାନ୍ତିଶୃଙ୍ଖଳାର ସହ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ : ନଗଡାରେ ୮୩%, ନିୟମଗିରିରେ ୮୦% ମତଦାନ

ଭୁବନେଶ୍ବର : ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ମୋଟ ୨୭ଟି ଜିଲ୍ଲାର ୬୩ ଟି ବ୍ଲକର ୧,୨୫୪ ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭,୦୮୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ୪-୫ଟି ସ୍ଥାନରେ ବିଭିନ୍ନ କାରଣରୁ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ମିଳିବା ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ଚତୁର୍ଥ ପର୍ଯ୍ୟାୟ ମତଦାନରେ ଉଲ୍ଲେଖନୀୟ ଘଟଣା ହେଲା ପ୍ରାୟ ୨୦ ବର୍ଷ ପରେ ଅପହଞ୍ଚ ଇଲାକାର ଭୋଟିଏ ଗାଁର ଲୋକେ ଭୋଟ ଦେଇଛନ୍ତି। ଏହି ଗାଁଟି ହେଲା କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁସିତ ଅଂଚଳ ଲାଂଜିଗଡ଼ ବ୍ଲକ ନିୟମଗିରି ପାହାଡ଼ ତଳେ ଥିବା ତ୍ରିଲୋଚନପୁର । ଦୂର୍ଗମ ଅଞ୍ଚଳ ଓ ରାସ୍ତାଘାଟ ନଥିବାରୁ ଗାଁ ଲୋକେ ଗତ ୨୦ ବର୍ଷ ହେଲା ଭୋଟ ଦେଇପାରୁନଥିଲେ । କିନ୍ତୁ ଏଥର ସେଠାକାର ଲୋକମାନେ ଭୋଟ ଦେଇଛନ୍ତି । ସେଠାରେ ପ୍ରାୟ ୮୦ ପ୍ରତିଶତ ମତଦାନ ହୋଇଛି । ଅନ୍ୟପକ୍ଷରେ ରାଜ୍ୟର ଆଉ ଏକ ପଛୁଆ ଅଂଚଳଭାବେ ଜଣାଶୁଣା ଯାଜପୁର ଜିଲ୍ଲାର ନଗଡ଼ାରେ ୮୩ ପ୍ରତିଶତ ମତଦାନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କୌଣସି ସ୍ଥାନରେ ହିଂସା ଦେଖା ଦେଇନଥିବା ବେଳେ ୨ଟି ସ୍ଥାନରେ ବାଲାଟ ପେପର ତ୍ରୁଟି କାରଣରୁ ନିର୍ବାଚନ ସ୍ଥଗିତ ରହିଥିଲା । କେନ୍ଦ୍ରାପଡ଼ାରେ ଗୋଟିଏ ସ୍ଥାନରେ ସରପଞ୍ଚ ଓ ଯାଜପୁରରେ ୱାଡୟମେମ୍ବର ଭୋଟ ସ୍ଥଗିତ ରଖାଯାଇଛି । ଯାଜପୁରରେ ୪ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ ହୋଇଥିଲେ । ମଙ୍ଗଳବାର ସକାଳ ୭ରୁ ଭୋଟ ଦାନ ଆରମ୍ଭ ହୋଇ ଦିନ ୧ଟାରେ ସରିଥିଲା ।

Leave A Reply

Your email address will not be published.