ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ଯାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ଯ ସହର ଭାବେ ଗଢି ତୋଳିବା ପାଇଁ ମୁଖ୍ଯମନ୍ତ୍ରୀ ଦେଖିଥିବା ସ୍ବପ୍ନ  ବାସ୍ତବତା ଦିଗରେ ଆଉ ପାଦେ ଆଗେଇଛି।  ଶ୍ରୀମନ୍ଦିର ସୁରକ୍ଷା, ସୌନ୍ଦର୍ଯ୍ଯକରଣ ଏବଂ ଭକ୍ତଙ୍କୁ ଅତ୍ଯାବଶ୍ଯକ ସେବା ସୁବିଧା ଯୋଗାଇ ଦେବା ଲାଗି ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଆୟୋଜିତ ଏକ କାର୍ଯ୍ଯକ୍ରମରେ ଯୋଗଦେଇ ଏହି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି ।

 

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପୁରୀ ସାଂସଦ ପିନାକି ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ କାର୍ଯ୍ଯକ୍ରମରେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏକ ମଡେଲ ଅନାବରଣ କରିଥିଲେ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଭକ୍ତଗଣ ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ରେ ନିର୍ବିଘ୍ନରେ ପରିକ୍ରମା କରିବାର ସୁଯୋଗ ପାଇବେ । ଶିଳାନ୍ୟାସ ଉତ୍ସବ ପୂର୍ବରୁ ଗତ ଦୁଇଦିନ ତଳୁ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ହୋମ ଯଜ୍ଞର ଆୟୋଜନ କରାଯାଇଆସୁଛି । ଏହି ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ୧୫ ମଠ ମହନ୍ତ ଏବଂ ୧୩୧ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.