ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଲା ଡ୍ରାଗନ ସେନା: ଚୀନ ସୀମାରୁ ମିଳିଲେ ଅରୁଣାଚଳରୁ ନିଖୋଜ ଯୁବକ

ବେଜିଂ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ୍‌ । ୫ ଦିନ ପରେ ଚୀନ୍‌ ସୀମା ଭିତରୁ ଅପହୃତ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ମୀରାମ ତାରୋନ୍‌ ଉଦ୍ଧାର ହୋଇଛି। ଉକ୍ତ ନିଖୋଜ ଯୁବକ ଚୀନରେ ଥିବା ମାନିଛି ଡ୍ରାଗନ ସେନା । ତେଜପୁରରେ ଲେଫଟନାଂଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ, ଚୀନ ଆର୍ମି ପାଖରେ ନିଖୋଜ ଯୁବକ ଅଛନ୍ତି ଏବଂ ତାଙ୍କୁ ପଠାଇବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୂର୍ବରୁ ପିଏଲଏ ଏହି ଖବରକୁ ଖଣ୍ଡନ କରି ଆସୁଥିଲା । ଭାରତୀୟ ସେନା ଏ ନେଇ ଯୋଗାଯୋଗ କରିବା ସହ ଏଏସଟିଡି ପ୍ରୋଟୋକଲ ଅନୁସାରେ ଫେରାଇ ଦେବା ପାଇଁ ଅନୁରୋଧ କରିଥିଲା । ଗୃହ ରାଜ୍ୟମନ୍ତ୍ରୀ କିରେନ ରିଜିଜୁ ଏହି ଘଟଣା ଚୀନ ସମ୍ମୁଖରେ ଉପସ୍ଥାପନ କରିବା ପରେ ସେମାନଙ୍କୁ ଭାରତ ପଠାଇବାକୁ ବାଧ୍ୟ ହୋଇଥିଲା

ଖବର ଅନୁଯାୟୀ, ଗତ କିଛି ଦିନ ତଳେ ଭାରତ ସୀମା ଭିତରେ ପଶି ପିଏଲ୍‌ଏ ଉକ୍ତ ଯୁବକୁ ବଳ ପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା।  ଯୁବକଙ୍କ ନିଖୋଜ ହୋଇଥିବା ଖବରକୁ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଉଠାଇଥିଲେ। ଚୀନ୍‌ ସେନା ଉକ୍ତ ଯୁବକକୁ ବନ୍ଦି ବନାଇ ନେଇଯାଇଥିବା ସେ ଦାବି କରିଥିଲେ। ଏହା ପରେ ଭାରତୀୟ ସେନା ଏହି ଯୁବକକୁ ଖୋଜିବା ଆରମ୍ଭ କରି ଚାଇନା ସୈନିକଙ୍କୁ ଏହା ବିଷୟରେ ସୂଚନା ମାଗିଥିଲା। ପ୍ରଥମେ ଚୀନ୍ ସୈନିକମାନେ କହିଥିଲେ ଯେ ଏହି ଯୁବକଙ୍କ ବିଷୟରେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଆଜି ଚୀନ୍ ସୈନିକମାନେ ଭାରତୀୟ ସେନାକୁ କହିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଜଣେ ଯୁବକ ମିଳିଛି।

Leave A Reply

Your email address will not be published.