ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦୦ ଟଙ୍କା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ମାତ୍ର ୧୦୦ଟଙ୍କା ପାଇଁ ଜଣେ ଜଣଙ୍କ ଜୀବନ ନେଇଯିବା ପରି ଚାଂଚଲ୍ୟକର ଖବର ଆସିଛି ଝାରସୁଗୁଡ଼ାରୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା ସୂଚନା ମିଳିଛି ।

ମୃତକଙ୍କ ଭାଇ ଦେଇଥିବା ସୂଚନା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଜଣେ ବ୍ୟକ୍ତି ଧୃବରାଜଙ୍କ ଘର ଭିତରକୁ ପଶି ଆସିଥିଲା। ଘରେ ପଶି ଧୃବରାଜଙ୍କୁ ଉକ୍ତ ଦୁର୍ବୁତ୍ତ ମଦ ପିଇବାକୁ ଶହେ ଟଙ୍କା ମାଗିଥିଲା । ତେବେ ସେ ତାଙ୍କୁ ଟଙ୍କା ନ ଦେଇଥିବାରୁ ବ୍ୟକ୍ତି ଜଣକ ରାଗିଯାଇଥିଲେ ଏବଂ ମଦ ନିଶାରେ ଧୃବରାଜଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ଫେରାର ହୋଇଯାଇଛି ।

ଗୁରୁତର ଅବସ୍ଥାରେ ଡକ୍ଟର ଧୃବରାଜ ନାଏକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଲଇକେରା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.