ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିଏମ୍‌ସିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ଲାଗିଛି ବଡ ଝଟକା। ଆଜି ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ପୂର୍ବରୁ ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ଆଜି ଟିଏମସିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କ ଉପସ୍ଥିତିରେ ସୁପ୍ରିୟୋ ମମତାଙ୍କ ଦଳରେ ସାମିଲ ହୋଇଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ହଟିବା ପରେ ବାବୁଲ ବିଜେପି ଛାଡି ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ ।

ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ସମାଲୋଚକ ଭାବେ ଜଣାଶୁଣା ସୁପ୍ରିୟୋ ଆଜି ତାଙ୍କ ସହ ହାତ ମିଳାଇଛନ୍ତି । ଅବଶ୍ୟ ରାଜନୀତିରେ କୌଣସି ସ୍ଥାୟୀ ‘ବନ୍ଧୁ’ କିମ୍ବା ‘ଶତ୍ରୁ’ ନଥାନ୍ତି। ତେବେ ବାବୁଲ ସୁପ୍ରିୟୋ ଟିଏମସିରେ ଯୋଗଦେବା ପଶ୍ଚିମବଙ୍ଗ ବିଜେପିକୁ ଆଉ ଏକ ଶକ୍ତ ଝଟକା ବୋଲି କୁହାଯାଉଛି ।

Leave A Reply

Your email address will not be published.