ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଡ଼କ ଦୁର୍ଘଟଣାରେ ଟାଟ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ : ସଡକ ଦୁର୍ଘଟଣାରେ ଟାଟ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି। ମୁମ୍ବାଇ ନିକଟ ପାଲଘରରେ ଘଟିଛି ଏହି ସଡକ ଦୁର୍ଘଟଣା। ଦୁର୍ଘଟଣା ପରେ ମିସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣାକରିଛନ୍ତି। ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କ କାର ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଡିଭାଇଡରକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ତାଙ୍କ ଟାଟ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ପାଲଘର ଏସପି ନିଶ୍ଚିତ କରିଛନ୍ତି।

ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ କହିବା କଥା ଏକ ମର୍ସିଡିଜ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିବା ବେଳେ ଦ୍ବିପହର ପ୍ରାୟ ୩.୧୫ ସମୟରେ ଏହି ଦୁର୍ଘଟଣା ଘଟିଛି।କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ପାଲଘରଠାରେ ବର୍ଷା ଜାରି ରହିଥିବାବେଳେ ତାଙ୍କ କାର ଦ୍ରୁତ ଗତିରେ ମୁମ୍ବାଇ ଆଡ଼କୁ ଯାଉଥିଲା । ଏହା ଫଳରେ ଡ୍ରାଇଭର କାର ଉପରୁ ନିଜର ନିୟନ୍ତ୍ରଣ ହରାଇବା ପରେ କାରଟି ରାସ୍ତାର ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ବେଳେ କାରରେ ଚାଳକଙ୍କୁ ମିସାଇ ମୋଟ ୪ ଜଣ ଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣା ସୂର୍ଯ୍ୟ ନଦୀ ଉପରେ ଥିବା ପୋଲ ଉପରେ ହୋଇଥିବା ପାଲଘର ଏସପି କହିଛନ୍ତି ।

ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀ  ୪ ଜୁଲାଇ ୧୯୬୮ରେ ମୁମ୍ବାଇର ଏକ ପାର୍ସି ପରିବାରରେ ଜନ୍ମ ଗ୍ରହଣ କରିଥିବା ସାଇରସ ଆୟରଲାଣ୍ଡର ନାଗରିକତା ଗ୍ରହଣ କରିଥିଲେ । ସେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଟାଟା ସନ୍ସର ଅଧ୍ୟକ୍ଷ ଥିଲେ । ସେ ଟାଟା ଗ୍ରୁପର ଷଷ୍ଠ ଅଧ୍ୟକ୍ଷ ଥିଲେ। ୨୦୧୬ ଅକ୍ଟୋବର ମାସରେ ଟାଟା ସନ୍ସର ବୋର୍ଡ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଭୋଟ ଦେଇଥିଲା । ଏହା ପରେ ମିସ୍ତ୍ରୀଙ୍କୁ ହଟାଇଦିଆଯାଇଥିଲା । ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ । ତେବେ ସୁପ୍ରିମକୋର୍ଟ ଟାଟା ଗ୍ରୁପ ସପକ୍ଷରେ ରାୟ ଶୁଣାଇଥିଲେ ।

ଦୀର୍ଘ ଦିନ ଧରି ରତନ ଟାଟା ଓ ସାଇରସ୍ ମିସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଡିସେମ୍ବର ୨୦୧୨ ରେ, ସାଇରସ୍ ମିସ୍ତ୍ରୀଙ୍କୁ ରତନ ଟାଟା ଦ୍ୱାରା ଟାଟା ଗ୍ରୁପର ଚେୟାରମ୍ୟାନ୍ କରାଯାଇଥିଲା । ତାଙ୍କୁ ୨୦୧୬ ରେ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା । ଏହି ପଦବୀରୁ ହଠାତ୍ ହଟାଯିବା ଯୋଗୁଁ ସେ କୋର୍ଟକୁ ମଧ୍ୟ ଯାଇଥିଲେ ଓ ସେ ନ୍ୟାସନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲକୁ ଯାଇଥିଲେ, ଯେଉଁଠାରେ ତାଙ୍କ ସପକ୍ଷରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ନିଷ୍ପତ୍ତି ପରେ ରତନ ଟାଟା ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ ।ସୁପ୍ରିମକୋର୍ଟ ଟାଟା ଗ୍ରୁପ ସପକ୍ଷରେ ରାୟ ଶୁଣାଇଥିଲେ।

Leave A Reply

Your email address will not be published.