ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ପଡିଲା କମିଶନ, ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରୁ ବିଦାହେବା ପରେ ବନ୍ଧାହେଲେ ବିଜୟ ସିଙ୍ଗଲା

ଚଣ୍ଡିଗଡ଼ : ଅରବିନ୍ଦ କେଜ୍ରିୱାଲଙ୍କ ଦୁର୍ନୀତି ନିବାରଣ ମଡେଲ ଅଧୀନରେ ପଞ୍ଜାବର ଭଗୱନ୍ତ ସିଂ ମାନ ସରକାର ମଙ୍ଗଳବାର ଦିନ ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ବରଖାସ୍ତ କରି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ ଥିବା ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗଲାଙ୍କ ବିରୋଧରେ ଦୃଢ ପ୍ରମାଣ ମିଳିବା ପରେ ବିଜୟ ସିଙ୍ଗଲାଙ୍କୁ ପଞ୍ଜାବ ପୁଲିସର ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ଅଭିଯୋଗରେ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ଏଥି ସହିତ ବିଜୟ ସିଙ୍ଗଲାଙ୍କୁ ମଧ୍ୟ ଆମ୍ ଆଦମୀ ପାର୍ଟିରୁ ବହିଷ୍କାର କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡିଛି।

ସ୍ୱାସ୍ଥ୍ୟ ବିଭାଗର କିଛି ଠିକାଦାରଙ୍କ ଠାରୁ ୧ ପ୍ରତିଶତ କମିଶନ ନେବାକୁ ସେମାନଙ୍କ ସହ ଚୁକ୍ତି କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗଲା । ଏନେଇ ଠିକାଦାରମାନେ ମୁଖ୍ୟମନ୍ତ୍ରୀ ମାନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ମାନ୍ ଗୁପ୍ତଭାବେ ଏହାର ଯାଂଚ କରାଇଥିଲେ ଓ ଅଭିଯୋଗର ସତ୍ୟତା ଜାଣିବା ପରେ ବିଜୟ ସିଂଗଲାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିଥିଲେ । ଏନେଇ ଆଜି ସିଏମ ଭଗୱନ୍ତ ମାନ ଏକ ଭିଡିଓ ସେୟାର କରି କହିଥିଲେ- ‘ଆମେ ଗୋଟିଏ ପଇସାର ଦୁର୍ନୀତିକୁ ବରଦାସ୍ତ କରିବୁ ନାହିଁ। ଆମ ଦଳ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରିଛି। ନିଜ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଅଧିକାରୀଙ୍କ ଠାରୁ କମିଶନ ନେଉଥିବା ଜାଣିବାକୁ ପାଇଛି। ତାଙ୍କୁ କ୍ୟାବିନେଟରୁ ବହିଷ୍କାର କରୁଛି ଏବଂ ମାମଲାର ପୁଲିସ ତଦନ୍ତ ପାଇଁ ଦାବି କରୁଛି’।

ଅଭିଯୋଗ ପରେ ଆକ୍ସନ ନେଇ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ।  ଦେଶର ଇତିହାସରେ ଏହା ଦ୍ୱିତୀୟ ଘଟଣା ଯେତେବେଳେ କୌଣସି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ସିଏମ ମାନ କହିଛନ୍ତି ବିଜୟ ସିଙ୍ଗଲା ନିଜ ଉପରେ ଲାଗିଥିବା ଭଷ୍ଟ୍ରାଚାର ଅଭିଯୋଗକୁ ସ୍ୱିକାର କରିଛନ୍ତି।

Leave A Reply

Your email address will not be published.